କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ) ଗସ୍ତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ ହାଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ପ୍ରତିରକ୍ଷା ବିଭାଗ ଓ ହାଲ ର ବରିଷ୍ଠ ଅଧିକାରୀଙ୍କ ସହ ପ୍ରତିରକ୍ଷା ଉତ୍ପାଦନ, ୟୁନିଟ୍ର କାର୍ଯ୍ୟକଳାପ ଏବଂ ଭବିଷ୍ୟତର ବିଭିନ୍ନ ଯୋଜନା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁନାବେଡ଼ା ହାଲ ର ପ୍ରତିରକ୍ଷା ଉତ୍ପାଦନ ଯାତ୍ରାରେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ମିଗ୍, ସୁଖୋଇ ଭଳି ପ୍ରତିରକ୍ଷା ବିମାନ ପାଇଁ ଇଞ୍ଜିନ୍ ଓ ବିଭିନ୍ନ ଉପକରଣ ଉତ୍ପାଦନ କ୍ଷେତ୍ରରେ ସୁନାବେଡ଼ା ହାଲ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ଏବେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ଆଗାମୀ ଦିନରେ ସୁନାବେଡ଼ା ହାଲ ର କାର୍ଯ୍ୟକ୍ଷେତ୍ର ଆହୁରି ବ୍ୟାପକ ହେବା ନେଇ ଆଶା କରାଯାଉଛି