କୋରାପୁଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସୁନାବେଡ଼ା ହାଲ ରେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ନୂଆ ଅଧ୍ୟାୟ
ସୁନାବେଡ଼ା ହାଲ ର ପ୍ରତିରକ୍ଷା ଉତ୍ପାଦନ ଯାତ୍ରାରେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ମିଗ୍, ସୁଖୋଇ ଭଳି ପ୍ରତିରକ୍ଷା ବିମାନ ପାଇଁ ଇଞ୍ଜିନ୍ ଓ ବିଭିନ୍ନ ଉପକରଣ ଉତ୍ପାଦନ କ୍ଷେତ୍ରରେ ସୁନାବେଡ଼ା ହାଲ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ଏବେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ଆଗାମୀ ଦିନରେ ସୁନାବେଡ଼ା ହାଲ ର କାର୍ଯ୍ୟକ୍ଷେତ୍ର ଆହୁରି ବ୍ୟାପକ ହେବା ନେଇ ଆଶା କରାଯାଉଛି। ଏହା ଦ୍ୱାରା କୋରାପୁଟ ଜିଲ୍ଲାର ପ୍ରତିରକ୍ଷା ଶିଳ୍ପ ସହ ଜଡ଼ିତ ଭିତ୍ତିଭୂମି ଓ ଦକ୍ଷତା ବିକାଶକୁ ମଧ୍ୟ ନୂଆ ଦିଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି