ଗାଈ ଗୁହାଳ’ ଯୋଜନାରେ ଲାଞ୍ଚ ଅଭିଯୋଗ!
ବିଲ୍ ପାସ୍ ପାଇଁ ୧୦ ହଜାର ଟଙ୍କା ଦାବି?
କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ପଞ୍ଚାୟତ କପାସିରା ଗ୍ରାମରେ ‘ମୋ ଗାଈ ଗୁହାଳ’ ଯୋଜନାରେ ଅନିୟମିତତା ଓ ଲାଞ୍ଚ ଦାବିର ଗୁରୁତର ଅଭିଯୋଗ।
• ହିତାଧିକାରୀ କପାସିରା ଗ୍ରାମର କଲ୍ପନିଧି ପ୍ରଧାନ।
କରଜ କରି ଗୁହାଳ ନିର୍ମାଣ ସାରିଥିଲେ ବି ବହୁ ମାସ ହେଲା ମିଳୁନି ସରକାରୀ ବିଲ୍। ବିଲ୍ କରାଇବା ପାଇଁ ମନମୁଣ୍ଡା ସରପଞ୍ଚ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ନେଇ ହିତାଧିକାରୀ ଅଭିଯୋଗ ଆଣିଛନ୍ତି।
ଲାଞ୍ଚ ନଦେବାରୁ ବିଲ୍ ପାସ୍ ନହୋଇ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ। ଏହି ଅଭିଯୋଗର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହିତାଧିକାରୀଙ୍କୁ ତାଙ୍କର ପ୍ରାପ୍ୟ ବିଲ୍ ପ୍ରଦାନ କରାଯାଉ। ଏହି ଅଭିଯୋଗ ସମ୍ପର୍କରେ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିପାରି ନାହିଁ।
#Kantamal #Boudh #Manamunda #MoGaiGuhala #OdishaNews #CorruptionAllegation #BoudhNews