ରେଢାଖୋଲ: ଯୁଯୋମୁରା ଠାରେ ଦେଖିବାକୁ ମିଳିଛି ଓଡ଼ିଶା ବନ୍ଦର ପ୍ରଭାବ
12 ଘଣ୍ଟିଆ ଓଡିଶା ବନ୍ଦ ର ପ୍ରଭାବ ଯୁଯୋମୁରା ଠାରେ ଆଜି ଦେଖିବାକୁ ମିଳିଥିଲା। ଆଜି ଯୁଯୋମୁରା ବ୍ଲକ କଂଗ୍ରେସ କମିଟିର ସଭାପତି ସୁରେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଯୁଯୋମୁରା ଠାରେ ଥିବା ସମସ୍ତ ଦୋକାନ ବଜାର,ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରାଯାଇଥିଲା।କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସ୍ଥାନକୁ ଯାଇ ପିକେଟିଂ କରି ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଯୁଯୋମୁରା ଠାରେ ଥିବା ବ୍ଲକ୍ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ,ବ୍ୟାଙ୍କ୍, ପୋଷ୍ଟ ଅଫିସ ସମେତ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା।