ଉତ୍ତରା ପୋଲିସ ଷ୍ଟେସନ: ଦୟାନଦୀରେ ଛାତ୍ର ବୁଡିଯିବା ଘଟଣା, ଗଙ୍ଗେଶ୍ୱରପୁର ନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଦୟାନଦୀ ରେ ଛାତ୍ର ବୁଡି ଯିବା ଘଟଣା,ଗଙ୍ଗେଶ୍ୱରପୁର ନିକଟରେ ନିଖୋଜ ଛାତ୍ର ଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ |ଭୋଜି କରିବାକୁ ଆସି ଦୟାନଦୀ ରେ ଛାତ୍ର ବୁଡିଯିବା ଘଟଣା। ଆଜି 10.21ରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ। ଶୁଭମ୍ ଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଗଙ୍ଗେଶ୍ୱରପୁର ନିକଟରେ ମିଳିଲା ମୃତ ଦେହ। ଭାସିବା ଜାଗାରୁ 6 କିଲୋମିଟର ଦୂରରେ ମିଳିଲା ମୃତ ଦେହ। ଗତକାଲି 4ଜଣ ସ୍କୁଲ ଛାତ୍ର ଭୋଜି କରିବାକୁ ଆସିଥିଲେ। ତିନିଜଣ ପାଣିରେ ଗାଧୋଇବା ବେଳେ ଦୁଇଜଣ ନଦୀରେ ଭାସି ଯାଇଥିଲେ।ପାଣିରେ ବୁଡ଼ି ଜଣେ ଛାତ୍ର ମୃତ ହୋଇଥିଲା ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ