#ଛାତ୍ରଛାତ୍ରୀଙ୍କ_ଭବିଷ୍ୟତ_ସହ_ଜଡ଼ିତ_ଏହି_ସମସ୍ୟାର_କେବେ_ହେବ_ସମାଧାନ?ll CharchaTv
ଗ୍ରାମବାସୀଙ୍କ କହିବା ଅନୁସାରେ, ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନଥିବାରୁ ଶିକ୍ଷାଦାନ ଓ ବିଦ୍ୟାଳୟର ପରିଚାଳନା କ୍ଷେତ୍ରରେ ବିଭିନ୍ନ ସମସ୍ୟା ଉପୁଜୁଛି। ଏନେଇ ବାରମ୍ବାର ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରଧାନ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ଦାବି ଜଣାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମସ୍ୟାର ସମାଧାନ କେବେ ହେବ? ଶିକ୍ଷା ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବେ ଏବଂ ନୁନପାନୀ ବିଦ୍ୟାଳୟରେ କେବେ ପ୍ରଧାନ ଶିକ୍ଷକ ନିଯୁକ୍ତି ହେବେ, ତାହାକୁ ନେଇ ଅପେକ୍ଷାରେ ଅଛନ୍ତି ଗ୍ରାମବାସୀ।
#charchatv #headmasters #headteacher #school #newsfeed #parents #gatelock
#protest #NewsUpdate #BreakingNews