ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ଅଦାଲତ ପରିସରରୁ ଚୋରି ଘଟଣା, କୋର୍ଟ ପ୍ରକ୍ରିୟାକରଣ ସମାପ୍ତ
ଗତ ୧୨ ସେପ୍ଟେମ୍ବର ରାତିରେ ଟାଉନ ଥାନା ଅନ୍ତର୍ଗତ ଅଦାଲତ ପରିସରରେ ଥିବା ଏକ ପାଚେରୀ ଡେଇଁ ଏସି ଗୁଡିକର ତମ୍ବା ପାଇପ ଗୁଡିକ ଚୋରି କରିଥିବାର ଅଭିଯୋଗ ହୋଇଥିଲା । ଏନେଇ ଟାଉନ ଥାନାରେ ଅଭିଯୋଗ ହେବାରୁ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲା ରୁଜୁ ହେବାର ଗୋଟିଏ ଦିନ ମଧ୍ୟରେ କଚେରୀ ଛକ ନିକଟରେ ରହୁଥିବା ଗଗନ ସିଂ ନାମକ ଜଣେ ଯୁବକଙ୍କୁ ଗିରଫ କରି ତା ନିକଟରୁ ଚୋରି ସାମଗ୍ରୀ ଗୁଡିକୁ ପୋଲିସ ଜବତ କରିଥିଲା ତାକୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଥିଲା । ଏହା ପରେ ଘଟଣାର ୧୧ ଦିନ ମଧ୍ୟରେ ଚାର୍ଜସିଟ ଅଦାଲତରେ ପୁଲିସ ତଦନ୍ତ କରି ଦାଖଲ କରିଥିଲା । ଏସଡିଜେଏମ ସମ୍ବଲପୁର ଶ