ବାରିପଦା ସଦର: ମୟୂରଭଞ୍ଜରେ ବିଜେପିର 'ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' କର୍ମଶାଳା
ମୟୂରଭଞ୍ଜ ପୂର୍ବ ସାଂଗଠନିକ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।