ଗୋଠପାଟଣା ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ | ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର। ଓଢ଼ଣିରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା। ଆଜି 11.34ରେ ଗୋଠପାଟଣାରେ ଘଟିଛି ଘଟଣା। ମୃତଦେହକୁ ଉଦ୍ଧାର କଲା ଚନ୍ଦକା ଥାନା ପୋଲିସ। ଶବ ବ୍ୟବଛେଦ ପାଇଁ ମୃତଦେହ କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ | କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକେ ପହଂଚିନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁ ର ରହସ୍ୟ ଖୋଲିବ ବୋଲି ପୋଲିସ କହିଛି | ସେପଟେ ମୃତ ଯୁବକଙ୍କର ମୋବାଇଲ ଫୋନ ଜବତ କରି କଲ ସିଡିଆର ଯାଞ୍ଚ କରୁଛି ଚନ୍ଦକା ଥାନା ପୋଲିସ |