ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସର୍କିଟ ହାଉସ ଠାରେ ବିଜେଡି ର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ସାକ୍ଷାତ କଲେ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳର କର୍ମୀ
ସମ୍ବଲପୁର ସର୍କିଟ ହାଉସ ଠାରେ ବିଜେଡି ର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ସାକ୍ଷାତ କରିଛନ୍ତି ସମ୍ବଲପୁର ବିଜୁ ଛାତ୍ର ଜନତା ଦଳର କର୍ମୀ ମାନେ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 8 ଟା ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିଜୁ ଛାତ୍ର ଜନତା ଦଳର କର୍ମୀ ମାନେ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ବିଶେଷ କରି ସମ୍ବଲପୁର ରେ ଦଳର ସାଙ୍ଗଠନିକ କାର୍ଯ୍ୟ ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ଦଳ କିପରି ଆହୁରି ମଜବୁତ ହେବ ସେନେଇ ଆଲୋଚନା ହୋଇଥିବା ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି