ଆଜି ରାତ୍ରି ପ୍ରାୟ ସାଢ଼େ ୭ଟା ସମୟରେ ଭୁବନେଶ୍ୱର – ରାଉରକେଲା ଇନ୍ଟରସିଟି ଏକ୍ସପ୍ରେସ ଆସୁଥିବା ବେଳେ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ରେଳଗାଡି ଉପରେ ପଥର ମାଡ ହୋଇଥିଲା । ଫଳରେ ସାଧାରଣ କୋଚ ରେ ଝରକା ପାଖରେ ବସିଥିବା ବୁର୍ଲା ନିବାସୀ ପ୍ରଦୁ୍ୟମ୍ନ ସେନ (୩୫) ଙ୍କ ମୁଣ୍ଡରେ ପଥର ମାଡ ହୋଇଥିଲା । ଏଣୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ଖବର ପାଇ ତୁରନ୍ତ ଆରପିଏଫ ସମ୍ବଲପୁର ସିଟି ଷ୍ଟେସନରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ତାଙ୍କର ଅବସ୍ଥା ଗମ୍ଭୀର ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି । ଯାତ୍ର