ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ସିଂହପାଲି ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ସ୍ୱାମୀ ଗିରଫ
ଅଇଁଠାପାଲି ଥାନା ଅନ୍ତର୍ଗତ ସିଂହପାଲି ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ l ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ପ୍ରାୟ 3.30 ସମୟରେ କୁନା ଓରାମ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ କୌଣସି ଏକ କାରଣକୁ ନେଇ ଝଗଡା କରିଥିଲେ l କୁନା ରାଗି ଯାଇ ତାଙ୍କ ସ୍ତ୍ରୀକୁ ଏକ ଲୁହା ରୋଡ଼ ରେ ତାଙ୍କ ମୁଣ୍ଡରେ ମାରିବାରୁ ତାଙ୍କ ସ୍ତ୍ରୀ ଅଚେତ ହୋଇ ପଡ଼ିଥିଲେ l ତେବେ ତାଙ୍କୁ ପରିବାର ଲୋକେ ବୁର୍ଲା ନେଇଯାଇଥିଲେ l ବୁର୍ଲା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେଲ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ କୁ ଆଜି ଗିରଫ କରି ଅପରାହ୍ନ 3 ଟା ସମୟରେ କୋର୍ଟ ଚାଲାଣ