ତିଗିରିଆ: ନୂଆପାଟଣା ବଜାରର ଏକ ଦୋକାନରୁ ଚୋରି, ସିସିଟିଭିରେ ଦୃଶ୍ୟ କଏଦ ହୋଇଥିବା ସୂଚନା
ଗତ ୨୧ ତାରିଖ ରେ ୪୦ ରୁ ଉର୍ଦ୍ଧ୍ବ ହ୍ୟାଣ୍ଡଲୁମ ଲୁଗା ଚୋରି ହୋଇଥିବା ନେଇ ସନ୍ଦେହ କରିଥିଲେ ଦୋକାନୀ। ଏନେଇ ଆଜି ସ୍ଥାନୀୟ ଅଞ୍ଚଳରୁ ଖବର ପାଇ ସିସିଟିଭି ଯାଞ୍ଚ କରିଥିଲେ। ଅପରାହ୍ନ ରେ ସିସିଟିଭି ଯାଞ୍ଚ ପରେ ଲୁଗା ଚୋରି ର ସିସିଟିଭି ଫୁଟେଜ ସାମ୍ନା କୁ ଆସିଛି। ଆନ୍ଧ୍ରପ୍ରଦେଶ ର କିଛି ମହିଳା ଗୋଷ୍ଠି ସ୍କର୍ପିଓ ଓ ଗୋଟିଏ କାର ନେଇ ଦୋକାନ ରୁ ଦୋକାନ ବୁଲି ଏହିଭଳି କାଣ୍ଡ ଘଟାଉଛନ୍ତି। ଏ ନେଇ ତିଗିରିଆ ପୋଲିସ ଷ୍ଟେସନ କୁ ଯାଇଛନ୍ତି ଦୋକାନୀ ମାଲିକ।