ତିଗିରିଆ: ତିଗିରିଆର ଅମୁଣିଆ ସାହିରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣଙ୍କୁ ଗିରଫ କଲା ପୋଲିସ
ଗତକାଲି ରବିବାର ରାତ୍ରି ରେ ତିଗିରିଆ ପୋଲିସ ପୁରୁଣା ତିଗିରିଆ ରେ ଚଢ଼ାଉ କରିଥିଲେ। ଅମୁଣିଆ ସାହିରୁ ବିପୁଳ ବେଆଇନି ବାଣ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ଅପରାହ୍ନ ରେ ଏନେଇ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି। ଆଜି କୋର୍ଟ ଚାଲାଣ ମଧ୍ୟ କରାଯିବ ବୋଲି ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଛି।