ବିଜିଡି କଲେଜ କେଶାଇବାହାଲରେ ଶକ୍ତିଶ୍ରୀ ସଚେତନତା କର୍ମଶାଳା
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ବିଜିଡି କଲେଜର ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଙ୍କ ପୌରହିତ୍ୟ ରେ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଉଦଘାଟନ କରି ଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଓ ତାଲିମ ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ ହେବାକୁ ଆହ୍ୱାନ ଦେଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ଶୁଶ୍ରୀ ଯଶୋଦା ମାଝୀ ଶକ୍ତିଶ୍ରୀ ମୋବାଇଲ ଆପ ମାଧ୍ୟମରେ କେମିତି ରେଜିଷ୍ଟ୍ରେସନ କରାଯିବ ବୁଝାଇଥିଲେ ଓ ଏହାର ଉପାଦେୟତା ଓ ମହତ୍ୱ ବିଷୟରେ ନିଜର ଜୀବନରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ହରେଶ କୁମାର ସାହୁ ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ଆନ୍ତରୀଣ ଅଭିଯୋଗ କମିଟିର ଅଧକ୍ଷା ଶ୍ରୀମତୀ ମନୋରମା ପଟେଲ ଉଦବୋଧନ ଦେଇଥିଲେ ଓ କୌଣସି ଅପ୍ରିତିକର ପରିସ୍ଥିତିରେ ଛାତ୍ରୀମାନଙ୍କୁ କମିଟି ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ ବିନୋଦବିହାରୀ ପୃସେଠ, ଅଧ୍ୟାପିକା ନମିତା ନାଏକ, ଅଞ୍ଜଳି ପଟେଲ ଓ ମହାବିଦ୍ୟାଳୟର କର୍ମଚାରୀ ସ୍ୱାଗତ ପଟେଲ, ରୋଶନ ପଟେଲ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୦୦ ଜଣ ଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଓ ଶେଷରେ ଅଧ୍ୟାପକ ବିନୋଦ ବିହାରୀ ପୃସେଠ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶେଷରେ ସଭାକୁ ସାଙ୍ଗ କରାଯାଇଥିଲା l #kuchinda #kuchindatvlive #sambalpur #OdishaNews #BreakingNews #college #kesaibahal