ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ବି ଜମନକିରା ସ୍ଥିତ ଗଡ଼ସ ପାୱାର ଏଣ୍ଡ ବ୍ଲେସ୍ସୀଙ୍ଗସ ମିନିଷ୍ଟ୍ରି ଚାରିଟେବଲ ଟ୍ରଷ୍ଟ ଅନୁଷ୍ଠାନ ଏବଂ ସାହିତ୍ୟଘର କୁଚିଣ୍ଡା ଓ ସମ୍ବାଦ ଆମ ଓଡିଶା ଙ୍କ ମିଳିତ ଉଦ୍ୟମ ରେ କୁଚିଣ୍ଡା ରକ୍ତଭଣ୍ଡାର ଠାରେ ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ପ୍ରମୋଦ ରୋହିଦାସ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ବିମଲ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ ମୁଖ୍ୟ ଅତିଥି ଏସ ଡି ଏମ ଓ ଡ. ସୁବୋଧ କୁମାର ନାୟକ ଉଦଘାଟନ କରି ରକ୍ତଦାନ ର ମହତ୍ୱ ବିଷୟରେ ଜଣାଇ ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ. ଏହି ଅବସର ରେ ସମ୍ମାନୀୟ ଅତିଥି ଭାବରେ ଡ.ସତ୍ୟବ୍ରତ ଦୋରା, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାଏକ.ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ସଞ୍ଜୟ କୁମାର ମିଶ୍ର,ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ.ଉକ୍ତ ଅନୁଷ୍ଠାନ ର ରକ୍ତଦାତା ମାନେ ହେଲେ ଉଷାବତୀ ବେହେରା,ସୁମିତ୍ରା ବୁଦୁଲା,ରୀମା ମୁଣ୍ଡା,ଗୀତା ଜୟପୁରିଆ,ଦେବାରଚନ ମୁଣ୍ଡା,ରମେଶ ଛଚ୍ଛାନ,ନରେଶ ନିଖଣ୍ଡିଆ,ବୀରେନ୍ଦ୍ର ପ୍ରଧାନ,ବଜରଙ୍ଗ ନାଏକ, ସୁନୀଲ ପ୍ରଧାନ,ଯୋଗେଶ୍ୱର ନାଏକ, କିଶୋର ବାର୍ଲା ,ଶିତିକାନ୍ତ ନାଏକ,ମୋଟ ୧୩ ଜଣ ରକ୍ତ ଦାନ କରିଥିଲେ,ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସ୍ବେଚ୍ଛା ସେବୀ ମାନେ ହେଲେ କମଳ ମେହେର,ଦିବ୍ୟଯୌତି ମେହେର,ଜଗଦିଶ ରୋହିଦାସ, କଳିଙ୍ଗ କିସାନ,ପୂର୍ଣଚନ୍ଦ୍ର ଚିଲ, କୁମୁଦବନ୍ଧୁ ବାଘ,ସଂକେତ ପ୍ରଧାନ,ମାନସୀ ସିନ୍ଧିରିଆ,କୁମଦିନି ମେହେର,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। #kuchindatvlive #kuchinda #sambalpur #odishanews #BreakingNews