Public App Logo
କୁଚିଣ୍ଡା ବ୍ଲକ ଅଧୀନ ପାରୁଆଭାଡ଼ି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କୁଚିଣ୍ଡା ବ୍ଲକ ଜୋନ୍-୧ ରେ ୨.୭୧ କୋଟି ଟଙ୍କା ଖର୍ଚ୍ଚରେ ୬୨ ଟା ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛେ। ଇ କାର୍ଯ୍ୟକ୍ରମରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆର ପିଇବା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇକରି ଫିତା କାଟି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇ ଅବସରରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଜରିଆରେ କେନ୍ତା କରି ଲୋକଙ୍କର ଉନ୍ନତି ହେବା ସେ ବାବଦେ ଭାଷଣ ଦେଇଥିଲେ। ଇ ଅବସରରେ ପାରୁଆଭାଡ଼ି ହରିଜନ ପଡ଼ାରେ ୫,୦୫,୨୩୩ ଟଙ୍କା ଖର୍ଚ୍ଚରେ ଗୁଟେ ଭାଗବତ ଟୁଙ୍ଗିର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଦେଇଥିଲେ। #kuchinda #amarkuchinda #NewsUpdate - Kochinda News