ସଚେତନତା ଜରୁରୀ! ବୌଦ୍ଧ ଜିଲ୍ଲାରେ ପେଟ୍ରୋଲ ଖୁଚୁରା ବ୍ୟବସାୟୀଙ୍କ ଦ୍ୱାରା ପ୍ରତାରଣା
ବର୍ତ୍ତମାନ ପେଟ୍ରୋଲ ଖୁଚୁରା ଦୋକାନୀମାନେ ଜନସାଧାରଣଙ୍କୁ ଖୁଲାମ୍ଖୁଲା ଲୁଟିବାରେ ଲାଗିଛନ୍ତି। ପେଟ୍ରୋଲ ଟାଙ୍କିରେ ଲିଟର ପିଛା ୧୧୦ରୁ ୧୧୫ ଟଙ୍କା ରହୁଥିବାବେଳେ, ଖୁଚୁରା ଦୋକାନୀମାନେ ୧୩୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି।
ତଥାପି ଏତିକିରେ ସେମାନଙ୍କର ଲୋଭ ମେଣ୍ଟୁନି! ଫଟୋରେ ଦେଖନ୍ତୁ, ବୌଦ୍ଧ ଜିଲ୍ଲାର ଜଣେ ଖୁଚୁରା ଦୋକାନୀ କିପରି ଗୋଟିଏ ଲିଟର ବୋତଲରେ ଅଧାରୁ କମ୍ ତେଲ ଦେଇ ଏହାକୁ ଏକ ଲିଟର ବୋଲି କହି ଗ୍ରାହକଙ୍କୁ ଠକୁଛନ୍ତି।
ସାଧାରଣ ଗ୍ରାହକମାନେ ଏଭଳି ଖୋଲାଖୋଲି ଠକାମିର ଶିକାର ହେଉଥିବାରୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହୋଇଛି।
ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍? ଏନେଇ ଆପଣମାନେ ନିଜର ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ।
#Boudh #OdishaNews #ConsumerAwareness #DistrictSuppliesOffice #Alert #PetrolScam #baunsuni