ଯୋଗ୍ୟତା ଥାଇ ମଧ୍ୟ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ଅଭିଯୋଗ । କନିଷ୍ଠ କର୍ମଚାରୀଙ୍କୁ ପଦୋନ୍ନତି ମିଳିଥିବା ବେଳେ ବରିଷ୍ଠ କର୍ମଚାରୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ମାଲକାନଗିରି ହାଇସ୍କୁଲ ପରିସରରେ ଧାରଣାରେ ବସିଲେ ଅସନ୍ତୁଷ୍ଟ କର୍ମଚାରୀ । ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଉଠାଇଲେ ପ୍ରଶ୍ନ । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ର କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଦେବାକୁ ଚେତାବନୀ ।