କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ର କପାସପଡା ବୁଲାଣି ନିକଟରେ ବାଇକ ଦୁର୍ଘଟଣା ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ପାଟଣା ଥାନା ଡିଆନାଳୀ ଗ୍ରାମର ରଞ୍ଜିତ ମୁଣ୍ଡା ବୋଲି ଜଣାପଡିଛି। ସେ ତାଙ୍କ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ଢେଙ୍କିକୋଟକୁ କୌଣସି କାମରେ ଯାଇ ନିଜ ଗ୍ରାମ ଡିଆନାଳୀ କୁ ଫେରୁଥିବା ସମୟରେ କପାସପଡା ବୁଲାଣି ନିକଟରେ ରାସ୍ତାକଡ଼ରେ ଲାଗି ଥିବା ଜିଆଇ ସୁରକ୍ଷା ବାଡାରେ ବାଇକ ଟି ଭାଇସାମ୍ୟ ହରାଇ ପିଟି ହୋଇଥିଲା।