ପାଟଣା: ଝାରବେଲଦା ନିକଟରେ ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର, ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା
କେନ୍ଦୁଝର ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ଝାରବେଲଦା ନିକଟରେ ଟ୍ରକ ଧକ୍କା ରେ ଦୁଇ ବାଇକ ଅରୋହି ଗୁରୁତର ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସହ କ୍ଷତିପୂରଣ ଦାବି ରେ ଉତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି । ଗୁରୁତର ବାଇକ ଆରୋହି ହେଲେ ବାରିଆ ଥାନା କଞ୍ଚନଡୁମୁରିଆ ଗ୍ରାମର ଦିନେଶ ନାଏକ ଏବଂ ହିମାଂଶୁ ନାଏକ । ଉଭୟ ବାଇକ ଯୋଗେ କେନ୍ଦୁଝର ରୁ ଘରକୁ ଫେରୁଥିବା ସମୟ ରେ ଏକ ଆଇରନ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଉଭୟ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।