ଜୟପୁରରେ ଚୋରି, ଡକାୟତି ଓ ଦାଦାବଟି ବିରୋଧରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ
୮ ଅଭିଯୁକ୍ତ ଗିରଫ, ୧୦.୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ
ସଞ୍ଜୟ ସୁନା ବିରୋଧରେ NSA ଧାରାରେ ପ୍ରତିଷେଧମୂଳକ ଗିରଫ ପଦକ୍ଷେପ
ଜୟପୁର, ୨୦/୮: ଜୟପୁର ସହରରେ ଚୋରି, ଘରେ ପଶି ଚୋରି, ଲୁଟ୍ ଓ ଦାଦାବଟି ଭଳି ଅପରାଧ ବିରୋଧରେ ଜୟପୁର ଟାଉନ୍ ପୁଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଚାଲିଛି। ନିରନ୍ତର ତଦନ୍ତ, ସିସିଟିଭି ଫୁଟେଜ୍ ବିଶ୍ଳେଷଣ, ମାନବୀୟ ସୂଚନା ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ଜରିଆରେ ବିଭିନ୍ନ ମାମଲାର ପର୍ଦ୍ଦାଫାସ କରି ପୁଲିସ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ/ଅଟକ କରିଛି। ଏଥିସହ ଚୋରି ହୋଇଥିବା ପ୍ରାୟ ୧୦.୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।