ମହାଦେବ ଦାସଙ୍କ ବାସଭବନରେ ଭାଗବତ ସପ୍ତାହ ଅନୁଷ୍ଠିତ
ବସ୍ତା: ବସ୍ତା ନିର୍ବାଚନମଣ୍ଡଳୀ ବିଜୁଜନତା ଦଳର ସଂଯୋଜକ ମହାଦେବ ଦାସଙ୍କ ବାସଭବନରେ ଭକ୍ତିମୟ ପରିବେଶରେ ରାସା ପୂର୍ଣ୍ଣମା ଅବସରରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଛି।ଏହି ଅବସରରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଚକ ବାବା ଶ୍ରୀ କୃଷ୍ଣରାଜ ଦାସ ଯୋଗଦେଇ ଭାଗବତର ମହାତ୍ମ୍ୟ, ଧର୍ମ, ନୀତି ଓ ଆଧ୍ୟାତ୍ମିକ ଜୀବନ ସମ୍ପର୍କରେ ଭକ୍ତମାନଙ୍କୁ ପ୍ରବଚନ ପ୍ରଦାନ କରୁଛନ୍ତି।ଭାଗବତ ପ୍ରବଚନ ଶୁଣିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହେଉଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି।
Rajkishore Behera Dinabandhu Pradhan Mahadev Das Bishnupriya Behera
Basta, Balasore | Nov 19, 2026