ବିଦ୍ୟାଳୟ ପାଲଟିଛି ଜଙ୍ଗଲ! ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?
#public #newsodiaodisha
#gandia #districtdhenkanal #dhenkanal ଗଁଦିଆ :ବିଦ୍ୟାଳୟ ନା ଜଙ୍ଗଲ! ଚାରିଆଡ଼େ ବଣବୁଦା ଓ ଅନାବନା ଗଛଲତାରେ ଭର୍ତ୍ତି ହୋଇପଡ଼ିଛି ବିଦ୍ୟାଳୟ ପରିସର। ଏଭଳି ଏକ ଅବହେଳିତ ଚିତ୍ର ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ଦେଓଗାଁସ୍ଥିତ ଏକମାତ୍ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର।
ଆଖପାଖ ଅଞ୍ଚଳର ଏକମାତ୍ର ସରକାରୀ +୨ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏହି ବିଦ୍ୟାଳୟ ଉପରେ ନିର୍ଭର କରନ୍ତି ଅନେକ ଛାତ୍ରଛାତ୍ରୀ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଶିକ୍ଷାର ଏହି ମନ୍ଦିରର ପରିବେଶ ଏବେ ଅତ୍ୟନ୍ତ ଶୋଚନୀୟ। ବିଦ୍ୟାଳୟ ପରିସରରେ ବଣବୁଦା ଓ ଅନାବନା ଗଛଲତା ମାଡ଼ିଯାଇଥିବା ବେଳେ ସଫାସୁତୁରା ପ୍ରତି କାହାରି ନଜର ନଥିବା ଭଳି ମନେ ହେଉଛି।
ପ୍ରଶ୍ନ ଉଠୁଛି, ଯେଉଁ ଶିକ୍ଷାନୁଷ୍ଠାନ ଉପରେ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଛି, ସେହି ବିଦ୍ୟାଳୟର ପରିବେଶ ପ୍ରତି ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଦୃଷ୍ଟି କାହିଁକି ପଡ଼ୁନାହିଁ? ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ନଜରକୁ ଏହି ସମସ୍ୟା ଆସିନାହିଁ କି?
ଏଭଳି ପରିସ୍ଥିତିର