ଢେଙ୍କାନାଳରେ ୫ଟି ଘରୁ ଚୋରି ମାମଲାର ପର୍ଦ୍ଦାଫାଶ, ସୁନା ଅଳଙ୍କାର ସମେତ ବିଭିନ୍ନ ସାମଗ୍ରୀ ଜବତଏସ୍ପିଙ୍କ ପ୍ରେସମିଟ
ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଅଗଷ୍ଟରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଥାନା ଅଞ୍ଚଳରେ ଘଟିଥିବା ୫ଟି ଘରୁ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ସହ ଚୋରି ସାମଗ୍ରୀ ଜବତ କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, ବ୍ୟବସ୍ଥିତ ତଦନ୍ତ, ବୈଷୟିକ ତଥ୍ୟର ବିଶ୍ଳେଷଣ ଏବଂ ଗୁପ୍ତ ସୂଚନା ଆଧାରରେ ଏହି ଚୋରି ଘଟଣାଗୁଡ଼ିକର ସଫଳ ଉଦ୍ଘାଟନ କରାଯାଇଛି।
ତଦନ୍ତ ସମୟରେ ପୋଲିସ ୬୧.୫୯୦ ଗ୍ରାମ ସୁନା ଅଳଙ୍କାର, ଗୋଟିଏ କଳା ରଙ୍ଗର ବୁଲେଟ୍ ମୋଟରସାଇକେଲ, ଗୋଟିଏ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର, ୩ଟି ସ୍କ୍ରୁ ଡ୍ରାଇଭର, ୨ଟି ଲୁହା ରଡ୍, ଗୋଟିଏ ଟର୍ଚ୍ଚ ଲାଇଟ୍ ଏବଂ ଗୋଟିଏ ଲୁହା ସବଳ ଜବତ କରିଛି।
ଏହି ଘଟଣାରେ ଅଭିଯୁକ୍ତମାନେ ଢେଙ୍କାନାଳ ଟାଉନ୍ ଥାନାରେ ରୁଜୁ ହୋଇଥିବା ୫ଟି ଗୃହ ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପ