ବହୁ ବର୍ଷର ମାଟି ରାସ୍ତା ପକ୍କା ହେଉନି, ଗୋଟିଏ ଦେଶ, ଗୋଟିଏ ରାଜ୍ୟ, ଗୋଟିଏ ଜିଲ୍ଲା, ପୁଣି ଗୋଟିଏ ବ୍ଲକରେ କେମିତି ଆଇନ ଚାଲିଛି, ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପାଇଁ ଲେଉଟିଆ ଶାଗ କିଆରୀ
ଗଁଦିଆ : କାବରା ପଂଚାୟତ ଯଦପୁର ଠାରୁ ଚିରୁଳେଇ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ଏକ କିଲୋମିଟର ଏବଂ ନେଉଳପୋଇ ପଂଚାୟତ ଚନ୍ଦ୍ରଶେଖର ପୁର ଠାରୁ ଢେଙ୍କାନାଳ - ଯୋରନ୍ଦା ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ଦୁଇ କିଲୋମିଟର ରାସ୍ତା ପକ୍କା ହୋଇପାରୁନାହିଁ। କାବରା, ସନ୍ଥପୁର, ରାଇତଳା, ଯୋରନ୍ଦା ନେଉଳପୋଇ ପଂଚାୟର ବାସିନ୍ଦାମାନେ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ସରପଞ୍ଚ ଠାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାପାଳ ପର୍ଯ୍ୟନ୍ତ ଏହି ମାଟି ରାସ୍ତା ପକ୍କା କରିବାପାଇଁ ଅଭିଯୋଗ କରିଆସୁଛନ୍ତି। ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଗ୍ରାମୀଣ ଗରିବ ନିରୀହ ଲୋକମାନେ ମୌଳିକ ଅଧିକାରରୁ ବଞ୍ଚିତ। ପଂଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଇଁ ଏହି ମାଟି ରାସ୍ତା ଗୁଡିକ ଲେଉଟିଆ ଶାଗ କିଆରୀ ଚାଷ ପରି କାମ କରୁଛି। ପ୍ରତ୍ୟେକ ବର୍ଷ ମାଟି ଗଣ୍ଡେ ଗଣ୍ଡେ ପକାଇ ଦେଇ ଲକ୍ଷ ଲକ୍ଷ ଟଙ୍କା ବିଲ୍ କରି ଖାଇଯାଉଛନ୍ତି। ଟାଳଟୁଳ ନୀତିରେ ଗ୍ରାମ୍�