ବକ୍ସମା ଠାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିୟୋଗରେ ଶୋକସଭା
କୁଚିଣ୍ଡା,୩୧।୦୭:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ବକ୍ସମା ଠାରେ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ସୁଶାନ୍ତ ସିଂଙ୍କ ଅମର ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସଭା ଅନୁଷ୍ଠିତ ହୋଇଥିଲା।ବକ୍ସମା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସରପଞ୍ଚ ସରସ୍ଵତୀ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ଗ୍ରାମର ଜନସାଧାରଣ, ବୁଦ୍ଧିଜୀବୀ ଓ ସୁଶାନ୍ତ ସିଂଙ୍କ ଅନୁଗାମୀ ବୃନ୍ଦ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକାକୁଳ ପରିବାରକୁ ସାନ୍ତନା ପ୍ରଦାନ କରିଥିଲେ। ପଶ୍ଚିମ ଓଡିଶାର ଜଣେ ବରିଷ୍ଠ ନେତୃତ୍ୱ ତଥା ବିଜୁ ଜନତା ଦଳର ଦୃଢ଼ ସଂଗଠକ ଭାବେ ଶ୍ରୀ ସିଂ ତାଙ୍କ ଜୀବନ କାଳ ମଧ୍ୟରେ କରି ଯାଇଥିବା ବିଭିନ୍ନ ଲୋକହିତକର କାମ ,ଉନ୍ନୟନ ମୂଳକ କାର୍ଯ୍ୟ,ଭାଇ ଚାରା ଚିର ଦିନ ସ୍ମରଣୀୟ ହୋଇ ରହିବ ବୋଲି ବ୍ୟକ୍ତା ମତ ବ୍ୟକ୍ତ କରିଥିଲେ। ଏହି ସଭାରେ ପୂର୍ବତନ ସରପଞ୍ଚ ନବୀନ ମାଝୀ, ସାମ୍ବାଦିକ ସଞ୍ଜୟ ମିଶ୍ର, ବିଜେଡି ଗ୍ରାମ ପଞ୍ଚାୟତ ସଭାପତି ବିକାଶ ପୃଷେଠ, ସମାଜସେବୀ ସଞ୍ଜୀବ ଠାକୁର, ଯୁବ ନେତା ଶାନ୍ତନୁ ବୁଡା, ସୀତାରାମ ପ୍ରଧାନ, ହିମାଂଶୁ ଅମାତ, ବିଜୟ ମାଝୀଙ୍କ ସମେତ ବକ୍ସମା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ। #kuchinda #kuchindatvlive #BJDOdisha #NaveenOdisha #sambalpur #OdishaNews