କୁଚିଣ୍ଡା କଲେଜରେ ୬ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ପାଇଁ ଏକ ୧୦ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବିପଦ ସମୟରେ ନିଜର ସୁରକ୍ଷା ନିଜେ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି।ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ତଥା ମୁଖ୍ୟ ପ୍ରଶିକ୍ଷିକା ଭାବେ ପ୍ରଶିକ୍ଷଣ ଗୁରୁ ରୀତିକା ମହୋତୋ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ସେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଓ ନୀତି-ନିୟମ ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ସଚେତନ ଓ ସାହସୀ ହେବାକୁ ପରାମର୍ଶ ଦେଇଛନ୍ତି।ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ କଲେଜର ଶହ ଶହ ଛାତ୍ରୀ ଅଂଶଗ୍ରହଣ କରି ଆତ୍ମସୁରକ୍ଷାର କୌଶଳ ଶିଖିବାର ସୁଯୋଗ ପାଇବେ। କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। #kuchinda #kuchindacollege #kuchindatvlive #kuchindanews #BreakingNews