Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
image
image
image

ବ୍ଲକ ସ୍ତରୀୟ କ୍ରୀଡାର ପ୍ରସ୍ତୁତି ବୈଠକ ସହିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଲେଇଗଡ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଡ଼ାପଡ଼ା ଠାରେ ହେବାକୁ ଥିବା ବ୍ଲକ ସ୍ତରୀୟ କ୍ରୀଡାର ପ୍ରସ୍ତୁତି ବୈଠକ ଏବଂ ଏହା ସହିତ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁଶିଲ କୁମାର ମହାକୁଲ ସଭା ପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଶ୍ରୀକାନ୍ତ ପଟେଲ, ସମ୍ମାନିତ ଅତିଥି ବି ଆର ସି ସି କମ୍ ଏ ବି ଇ ଶ୍ରୀ ଯୁକ୍ତ ବିନୋଦ ବିହାରୀ ସାହୁ ଏବଂ କୁଚିଣ୍ଡା ବ୍ଲକ ବ୍ଲକ କ୍ରୀଡା ସଂସଦର ସମ୍ପାଦକ ଶ୍ରୀ ଯୁକ୍ତ ଘନ କିଶୋର ସାହୁ ଉପସ୍ଥିତ ରହି ବିଦାୟୀ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଯୁକ୍ତ ହିମାଂଶୁ ପଟେଲ, ଶ୍ରୀ ଯୁକ୍ତ ପ୍ରକାଶ କୁମାର ପଟେଲ, ଶ୍ରୀ ଯୁକ୍ତ ଧୀରେନ୍ଦ୍ର କୁମାର ପଟେଲ, ଶ୍ରୀ ଯୁକ୍ତ ପ୍ରବୀଣ କୁମାର ପଟେଲ ଓ ଶ୍ରୀ ଯୁକ୍ତ ନାରାୟଣ ଚନ୍ଦ୍ର ପଟେଲ୍ ମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁସ୍ଥ,ନିରାମୟ, ସୁଖମୟ ଏବଂ ଶାନ୍ତି ମୟ ହେବା ପାଇଁ ପ୍ରାର୍ଥନା କରିଥିଲେ l ଏଥିରେ କୁଚିଣ୍ଡା ବ୍ଲକ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଅଂଶଗ୍ରଣ କରି ବିଦାୟୀ ଶିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ, ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ ପୂର୍ବକ ଶିକ୍ଷକତା ସମୟର ଅଭୁଲା ସ୍ମୃତିଚାରଣ କରିଥିଲେ l ଉକ୍ତ ସଭାକୁ ଶ୍ରୀ ଯୁକ୍ତ ଭୈରବ କୁମାର ସାହୁ ପରିଚାଳନା କରିଥିଲେ ଏବଂ ଶେଷରେ ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର ଭୁକ୍ତା ଧନ୍ୟବାଦ୍ ପ୍ରଦାନ କରିଥିଲେ l କାର୍ଯ୍ୟ କର୍ମକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବା ପାଇଁ ସମସ୍ତ କ୍ରୀଡା ଶିକ୍ଷକ ଏବଂ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ କର୍ମଚାରୀ ସହଯୋଗ କରିଥିଲେ l ଏଥିରେ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ପଟେଲ, ବିଜୟ କୁମାର ପଟେଲ, ଜେହେରୁଲାଲ ପଟେଲ, ଇନ୍ଦିରା ଦାସ, ପ୍ରତିମା ନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l

Kochinda, Sambalpur | Aug 7, 2026

MORE NEWS

କୁଚିଣ୍ଡା ନେ ଜୋର ବର୍ଷା ☔☔☔ 
#rainyday #heavyrain #kuchinda #amarkuvhinda #sambalpur

କୁଚିଣ୍ଡା ନେ ଜୋର ବର୍ଷା ☔☔☔ #rainyday #heavyrain #kuchinda #amarkuvhinda #sambalpur

Kochinda, Sambalpur | Aug 7, 2026

କୁଚିଣ୍ଡା କଲେଜରେ ୬  ଦିନିଆ ଆତ୍ମସୁରକ୍ଷା
       ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ 
#amarkuchinda #kuchinda #sambalpur 
#BreakingNews #selfdefence_technique

କୁଚିଣ୍ଡା କଲେଜରେ ୬ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ #amarkuchinda #kuchinda #sambalpur #BreakingNews #selfdefence_technique

Kochinda, Sambalpur | Aug 6, 2026

ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା 
କୁଚିଣ୍ଡା: ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା ପାଳନ କରିଛି । ପ୍ରଧାନ ଆଚାର୍ଯ୍ୟ ପ୍ରଣବ ଦିୱେଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍ଘାଟନ ଉତ୍ସବରେ  ମୁଖ୍ୟ ଅତିଥି ଭାବରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟନାଥ ମିଶ୍ର ଯୋଗ ଦେଇଥିଲେ। ଅତିଥି ପରିଚୟ ଶ୍ରୀଯୁକ୍ତ ଡ଼ିଲେଶ୍ଵର ସାହୁ ଗୁରୁଜୀ ପ୍ରଦାନ କରିଥିଲେ । ଜ୍ଞାନବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ବରିଷ୍ଟ ଗଣିତ ଗୁରୁଜୀ ଚନ୍ଦକାନ୍ତ ଦେଓ ପରିଚାଳନା କରିଥିବା ବେଳେ ବିଜ୍ଞାନ ଆଚାର୍ଯ୍ୟ ଓମ୍ ପ୍ରସାଦ ମହାକୁଳ, ରୋମାଞ୍ଚ ସାହୁ , ବିକାଶ ନାୟକ ଓ ବିଦ୍ୟାଧର ସାହୁ ପରିଚାଳନାରେ ସହଯୋଗ କରିଥିଲେ କରିଥିଲେ । ପରିଚାଳନା ସମିତି ର   ସମସ୍ତ କାର୍ଯ୍ୟ କର୍ତ୍ତା,  ଗୁରୁଜୀ ଗୁରୁମା କାର୍ଯ୍ୟାଳୟ ପ୍ରମୁଖ  ଉପସ୍ଥିତ ରହି ସହଯୋଗ କରିଥିଲେ । #kuchinda #kuchindatvlive #kuchindanews #sambalpurnews #OdishaNews #BreakingNews

ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା କୁଚିଣ୍ଡା: ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା ପାଳନ କରିଛି । ପ୍ରଧାନ ଆଚାର୍ଯ୍ୟ ପ୍ରଣବ ଦିୱେଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟନାଥ ମିଶ୍ର ଯୋଗ ଦେଇଥିଲେ। ଅତିଥି ପରିଚୟ ଶ୍ରୀଯୁକ୍ତ ଡ଼ିଲେଶ୍ଵର ସାହୁ ଗୁରୁଜୀ ପ୍ରଦାନ କରିଥିଲେ । ଜ୍ଞାନବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ବରିଷ୍ଟ ଗଣିତ ଗୁରୁଜୀ ଚନ୍ଦକାନ୍ତ ଦେଓ ପରିଚାଳନା କରିଥିବା ବେଳେ ବିଜ୍ଞାନ ଆଚାର୍ଯ୍ୟ ଓମ୍ ପ୍ରସାଦ ମହାକୁଳ, ରୋମାଞ୍ଚ ସାହୁ , ବିକାଶ ନାୟକ ଓ ବିଦ୍ୟାଧର ସାହୁ ପରିଚାଳନାରେ ସହଯୋଗ କରିଥିଲେ କରିଥିଲେ । ପରିଚାଳନା ସମିତି ର ସମସ୍ତ କାର୍ଯ୍ୟ କର୍ତ୍ତା, ଗୁରୁଜୀ ଗୁରୁମା କାର୍ଯ୍ୟାଳୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । #kuchinda #kuchindatvlive #kuchindanews #sambalpurnews #OdishaNews #BreakingNews

Kochinda, Sambalpur | Aug 5, 2026

କୁଚିଣ୍ଡା କଲେଜରେ ୬  ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ 
କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ପାଇଁ ଏକ ୧୦ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବିପଦ ସମୟରେ ନିଜର ସୁରକ୍ଷା ନିଜେ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି।ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ତଥା ମୁଖ୍ୟ ପ୍ରଶିକ୍ଷିକା ଭାବେ ପ୍ରଶିକ୍ଷଣ ଗୁରୁ ରୀତିକା ମହୋତୋ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଓ ନୀତି-ନିୟମ ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ସଚେତନ ଓ ସାହସୀ ହେବାକୁ ପରାମର୍ଶ ଦେଇଛନ୍ତି।ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ କଲେଜର ଶହ ଶହ ଛାତ୍ରୀ ଅଂଶଗ୍ରହଣ କରି ଆତ୍ମସୁରକ୍ଷାର କୌଶଳ ଶିଖିବାର ସୁଯୋଗ ପାଇବେ। କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। #kuchinda #kuchindacollege #kuchindatvlive #kuchindanews #BreakingNews

କୁଚିଣ୍ଡା କଲେଜରେ ୬ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ପାଇଁ ଏକ ୧୦ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବିପଦ ସମୟରେ ନିଜର ସୁରକ୍ଷା ନିଜେ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି।ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ତଥା ମୁଖ୍ୟ ପ୍ରଶିକ୍ଷିକା ଭାବେ ପ୍ରଶିକ୍ଷଣ ଗୁରୁ ରୀତିକା ମହୋତୋ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଓ ନୀତି-ନିୟମ ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ସଚେତନ ଓ ସାହସୀ ହେବାକୁ ପରାମର୍ଶ ଦେଇଛନ୍ତି।ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ କଲେଜର ଶହ ଶହ ଛାତ୍ରୀ ଅଂଶଗ୍ରହଣ କରି ଆତ୍ମସୁରକ୍ଷାର କୌଶଳ ଶିଖିବାର ସୁଯୋଗ ପାଇବେ। କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। #kuchinda #kuchindacollege #kuchindatvlive #kuchindanews #BreakingNews

Kochinda, Sambalpur | Aug 5, 2026