ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା
କୁଚିଣ୍ଡା: ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା ପାଳନ କରିଛି । ପ୍ରଧାନ ଆଚାର୍ଯ୍ୟ ପ୍ରଣବ ଦିୱେଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟନାଥ ମିଶ୍ର ଯୋଗ ଦେଇଥିଲେ। ଅତିଥି ପରିଚୟ ଶ୍ରୀଯୁକ୍ତ ଡ଼ିଲେଶ୍ଵର ସାହୁ ଗୁରୁଜୀ ପ୍ରଦାନ କରିଥିଲେ । ଜ୍ଞାନବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ବରିଷ୍ଟ ଗଣିତ ଗୁରୁଜୀ ଚନ୍ଦକାନ୍ତ ଦେଓ ପରିଚାଳନା କରିଥିବା ବେଳେ ବିଜ୍ଞାନ ଆଚାର୍ଯ୍ୟ ଓମ୍ ପ୍ରସାଦ ମହାକୁଳ, ରୋମାଞ୍ଚ ସାହୁ , ବିକାଶ ନାୟକ ଓ ବିଦ୍ୟାଧର ସାହୁ ପରିଚାଳନାରେ ସହଯୋଗ କରିଥିଲେ କରିଥିଲେ । ପରିଚାଳନା ସମିତି ର ସମସ୍ତ କାର୍ଯ୍ୟ କର୍ତ୍ତା, ଗୁରୁଜୀ ଗୁରୁମା କାର୍ଯ୍ୟାଳୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । #kuchinda #kuchindatvlive #kuchindanews #sambalpurnews #OdishaNews #BreakingNews