ବୌଦ୍ଧ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ପ୍ରଶଂସନୀୟ ପଦକ୍ଷେପ: ଆଇ.ଟି.ଆଇ.ରେ ନାମ ଲେଖାଇଲେ ଦୁଇ ଗରିବ ମେଧାବୀ ଝିଅ
ଗରିବୀ ନୁହେଁ ଆଉ ଶିକ୍ଷାରେ ବାଧକ! ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ପ୍ରେରଣା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ୍ତଙ୍କ ମାର୍ଗଦର୍ଶନରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର (DHEW), ବୌଦ୍ଧ ପକ୍ଷରୁ ଏକ ମହତ କାର୍ଯ୍ୟ ସମ୍ପାଦିତ ହୋଇଯାଇଛି।
ଆର୍ଥିକ ଅନାଟନ ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ବସିଥିବା ରତନପୁର ଗ୍ରାମର ଛାତ୍ରୀ ରେଣୁକା ନାଏକ ଏବଂ ବଢ଼ୀଗାଁର ଅଜସ୍ଵିନୀ ବିଶିଙ୍କୁ ଶିଳ୍ପ ତାଲିମ କେନ୍ଦ୍ର (ITI), ବୌଦ୍ଧରେ ସଫଳତାର ସହ ନାମ ଲେଖାଯାଇଛି।
"ଜିଲ୍ଲାର ପ୍ରତ୍ୟେକ କନ୍ୟା ସ୍ୱାବଲମ୍ବୀ, କୁଶଳୀ ଓ ଗୌରବର ସହ ନିଜ ଭବିଷ୍ୟତ ଗଢ଼ିବା ଆମର ମୁଖ୍ୟ ଲକ୍ଷ୍ୟ" ବୋଲି କେନ୍ଦ୍ର ସଂଯୋଜିକା ସୁଜାତା ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ମହିଳା ସଶକ୍ତିକରଣକୁ ସାକାର କରିବା ସହ ଝିଅମାନଙ୍କ ସ୍ୱପ୍ନକୁ ଡେଣା ଦେବାରେ DHEW, ବୌଦ୍ଧର ଏହି ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ।
#Boudh #WomenEmpowerment #DHEWBoudh #BoudhNews #GirlChildEducation #SkillIndia #DistrictAdministrationBoudh #odishanewstoday