
🚨 କପିଳାସ ୱେ-ସାଇଡ୍ ଆମେନିଟିଜ୍ ସେଣ୍ଟର ନା ହୋଟେଲ? ସରକାରୀ ସୁବିଧା କେନ୍ଦ୍ରରେ କ’ଣ ଚାଲିଛି? ଉଠିଲା ବଡ଼ ପ୍ରଶ୍ନ!
⚡ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ କପିଳାସରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମିତ ସରକାରୀ ୱେ-ସାଇଡ୍ ଆମେନିଟିଜ୍ ସେଣ୍ଟର ଏବେ ହୋଟେଲ ଭାବେ ପ୍ରଚାରିତ ହେଉଥିବା ଅଭିଯୋଗ ଆସିଛି।
ସାମ୍ନାରେ ଲାଗିଥିବା ପୋଷ୍ଟରରେ ହୋଟେଲ ଉଲ୍ଲେଖ ହେବା ପରେ ଉଠିଛି ଅନେକ ପ୍ରଶ୍ନ।
❓ ସରକାରୀ ସୁବିଧା କେନ୍ଦ୍ରକୁ ହୋଟେଲ ଭାବେ ଚଳାଇବାକୁ କିଏ ଦେଇଛି ଅନୁମତି?
❓ ଏଥିପାଇଁ ଆବଶ୍ୟକ ଲାଇସେନ୍ସ ଓ ସରକାରୀ ସ୍ୱୀକୃତି ରହିଛି କି?
❓ ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳ କପିଳାସରେ ଆମିଷ ଖାଦ୍ୟ ପରିବେଷଣ ପାଇଁ କେଉଁ ନିୟମ ଆଧାରରେ ଅନୁମତି ଦିଆଯାଇଛି?
❓ ପରିଚାଳନା ସଂସ୍ଥା ସହ ସରକାରଙ୍କ ଚୁକ୍ତିନାମାରେ କ’ଣ ଉଲ୍ଲେଖ ରହିଛି?
ଏହି ସବୁ ପ୍ରଶ୍ନ ଉଠାଇ ଢେଙ୍କାନାଳର ପୂର୍ବତନ ବିଧାୟକ ତଥା ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚର ସଭାପତି ନବୀନ ନନ୍ଦ ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗକୁ ଲିଖିତ ଭାବେ ଅବଗତ କରାଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତାଙ୍କର ମୁଖ୍ୟ ଦାବି:
🔴 ସରକାରୀ ପ୍ରତିଷ୍ଠାନର ପରିଚାଳନା ନେଇ ତଦନ୍ତ।
🔴 ହୋଟେଲ ଚଳାଇବାର ଅନୁମତି ଓ ଲାଇସେନ୍ସ ଯାଞ୍ଚ।
🔴 ପରିଚାଳନା ଚୁକ୍ତିନାମା ସାର୍ବଜନୀନ କରିବା।
🔴 ଅନୁମତି ବିହୀନ କାର୍ଯ୍ୟ ହେଉଥିଲେ ଆଇନଗତ ପଦକ୍ଷେପ।
🔴 କେନ୍ଦ୍ରଟିକୁ ମୂଳ ଉଦ୍ଦେଶ୍ୟ ଅନୁସାରେ ପର୍ଯ୍ୟଟକଙ୍କ ସୁବିଧା କେନ୍ଦ୍ର ଭାବେ ପରିଚାଳନା।
ସରକାରୀ ସମ୍ପତ୍ତି କାହା ସ୍ୱାର୍ଥରେ? ଜନସାଧାରଣଙ୍କ ପାଇଁ ନା ବ୍ୟକ୍ତିଗତ ବ୍ୟବସାୟ ପାଇଁ?
ଏବେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଉତ୍ତରକୁ ଅପେକ୍ଷା।
📢 କପିଳାସର ବିକାଶ ହେଉ, କିନ୍ତୁ ସରକାରୀ ନିୟମ ଓ ଜନସ୍ୱାର୍ଥର ସୁରକ୍ଷା ସହିତ।
#newsodiaodisha #public
#କପିଳାସ #ଢେଙ୍କାନାଳ #NaveenNanda Kapilash DhenkanalNews OdishaNews TourismDepartment ଜନସ୍ୱାର୍ଥ ସରକାରୀସମ୍ପତ୍ତି ପ୍ରଶାସନିକତଦନ୍ତ