
👉 📰 ଖବର ଆଜିର
ତାରିଖ: ୧୩/୧୧/୨୦୨୬, ଶୁକ୍ରବାର
୧- କମର୍ଦ୍ଦା: ସୁରଭି ଭାଷଣ ପ୍ରତିଯୋଗିତାରେ ବାଜିମାତ୍ କଲେ ସନ୍ଦୀପ କୁମାର ପରିଡ଼ା। ପ୍ରଥମ ସ୍ଥାନ ହାସଲ କରି ବଢ଼ାଇଲେ ବିଦ୍ୟାଳୟର ଗୌରବ। ସେ ବଡ଼ମନ୍ଦାରୁଣୀ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର। ତାଙ୍କ ଚମତ୍କାର ବକ୍ତୃତା ଶୈଳୀ ଓ ଆକର୍ଷଣୀୟ ଉପସ୍ଥାପନାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ।
୨- ଭୁବନେଶ୍ୱର: 'ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା' ବାର୍ତ୍ତା ସହ ଆରମ୍ଭ ହେଲା ତିନିଦିନିଆ ଶିଶୁ ମହୋତ୍ସବ। ଏକାଠି ହେଲେ ରାଜ୍ୟର ୨,୫୦୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ।
୩- ଓଡ଼ିଶା: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଉପକୂଳ ଅଞ୍ଚଳରେ ବଢ଼ିଲା ପାରଦ, କମିଲା ଶୀତ। ଅଧିକାଂଶ ସ୍ଥାନରେ ୨୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା।
୪- ଓଡ଼ିଶା: ପକ୍କା ଘର ଅପେକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଆସନ୍ତା ୧୪ ତାରିଖରେ ରାଜ୍ୟରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ। ବଲାଙ୍ଗିରରୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ।
୫- ପୁରୀ: ମହାପ୍ରସାଦର ଅବମାନନାକୁ ନେଇ ଆକ୍ସନ ମୁଡ୍ରେ ଶ୍ରୀମନ୍ଦିର ପ୍ରଶାସନ। ବିକ୍ରେତାଙ୍କ ନାଁରେ ଥାନାରେ ଏତଲା ରୁଜୁ।
୬- ପୁରୀ: ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ବାଧା! ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଦୋମୁହାଁ ନୀତି ଅଭିଯୋଗ।
୭- ଭୁବନେଶ୍ୱର: ଉବେର ଓ ରାପିଡୋ ବାଇକ୍ ସେବା ବନ୍ଦ ପାଇଁ କ୍ରାଇମବ୍ରାଞ୍ଚର STAକୁ ସୁପାରିଶ।
୮- କେନ୍ଦ୍ରାପଡ଼ା: HRMS ପୋର୍ଟାଲରେ ୩ କୋଟିରୁ ଅଧିକ ଟଙ୍କା ହଡ଼ପ୍ ଅଭିଯୋଗ। ଭିଜିଲାନ୍ସ ଜାଲରେ ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା।
୯- ବାଲିଶଙ୍କରା: ବନ୍ଧୁ ସାଜିଲା ବଇରୀ! ଅପମାନର ପ୍ରତିଶୋଧ ନେବାକୁ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ।
୧୦- କଣିହାଁ: ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା। ନିଲମ୍ବିତ ହେଲେ ASI ଏନ୍. ରାଜେନ୍ଦ୍ର।
୧୧- ଆଠଗଡ଼/ଚାନ୍ଦବାଲି: ସ୍କାଏଲାଇଟ୍ ଭାଙ୍ଗି ଗହଣା ଦୋକାନରୁ ଲୁଟ୍। ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି।
୧୨- ଭୁବନେଶ୍ୱର: ସରକାରୀ ଜମି ଆବଣ୍ଟନ ପାଇଁ ଆୟସୀମା ବୃଦ୍ଧି। ଦେଢ଼ ଲକ୍ଷ ଟଙ୍କାକୁ ବଢ଼ିଲା ଆୟ ସୀମା।
୧୩- ମୟୂରଭଞ୍ଜ: ଆଜି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ। ବେତନଟୀର ଆଗୁଆଡ଼ଠାରେ ଜାତୀୟ ବାନ୍ଦଣା ପର୍ବରେ ଯୋଗଦେବେ।
୧୪- ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ବଡ଼ ଅଘଟଣ। ଏସି ଗ୍ୟାସ୍ କମ୍ପ୍ରେସର ଫାଟି ଜଣେ ମୃତ, ୨ ଗୁରୁତର।
୧୫- ଚିଲିକା: ଆଜି ମହାସମାରୋହରେ ପାସ୍ ଆଉଟ୍ ହେବେ ୩,୩୦୦ରୁ ଅଧିକ ଅଗ୍ନିବୀର। ଯୋଗଦେବେ ନୌସେନା ମୁଖ୍ୟ।
୧୬- ଦେଶ: ଅକ୍ଟୋବରରେ ମହଙ୍ଗା ମାଡ଼। ୬.୦୯ ପ୍ରତିଶତକୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି।
୧୭- ନୂଆଦିଲ୍ଲୀ: ବିଦେଶରେ ଛାଡ଼ପତ୍ର ନେଲେ ବି ଭାରତରେ ଭାଙ୍ଗିବନି ବିବାହ! ଏନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ।
୧୮- କ୍ରିକେଟ୍: U-19 ଏସିଆ କପ୍ରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଭାରତ। ଏବେ ପାକିସ୍ତାନଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟ।
୧୯- ମାଉଣ୍ଟ ମୌଙ୍ଗାନୁଇ: ଆଜି ଚତୁର୍ଥ ଦିନିକିଆ। ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ।
ପଦ୍ମପୁର ଟିଭି
#Odisha #Bargarh #PadampurTV #NewsToday #OdishaNews