Public App Logo
Profile Picture

PadampurTv

@padampurtv
309Followers
0Following
👉 ରେଷ୍ଟୁରାଣ୍ଟରେ ନୁହେଁ, କ୍ୟାନ୍ସର ରୋଗୀଙ୍କ ଗହଣରେ ଜନ୍ମଦିନ: ୮ ରୋଗୀଙ୍କୁ ୫୦ ହଜାର ଟଙ୍କାର ସହାୟତା
<nis:link nis:type=tag nis:id=padampurtv nis:value=PadampurTv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/>
Groups A & B of the 2027 Cricket World Cup is here! 🔥🏏 <nis:link nis:type=tag nis:id=odiworldcup nis:value=ODIWorldCup nis:enabled=true nis:link/> <nis:link nis:type=tag nis:id=cwc nis:value=CWC nis:enabled=true nis:link/> <nis:link nis:type=tag nis:id=icc nis:value=ICC nis:enabled=true nis:link/> <nis:link nis:type=tag nis:id=cricket nis:value=cricket nis:enabled=true nis:link/> <nis:link nis:type=tag nis:id=indiancricket nis:value=indiancricket nis:enabled=true nis:link/>
କୋଣାର୍କ ଗଣନାଟ୍ୟର ଗୀତକାର ଓମ କୁମାର ଙ୍କୁ ଲୋକ ବହୁତ ପସନ୍ଦ କରୁଛନ୍ତି । ଷ୍ଟେଚରେ ଲୋକଙ୍କ ଭଲ ପାଇବା  ଦେଖି  ଓମ କୁମାର ଭାବ ବିହୁଳ ।
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralchallenge nis:value=viralchallenge nis:enabled=true nis:link/> 
<nis:link nis:type=tag nis:id=omkumar nis:value=omkumar nis:enabled=true nis:link/> 
<nis:link nis:type=tag nis:id=konarkjatraparty nis:value=konarkjatraparty nis:enabled=true nis:link/>
ପଦ୍ମପୁର ହସ୍ପିଟାଲ କେ ନେଇ କରି କାନା କହେଲେ ।
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=highlightseveryone nis:value=highlightseveryone nis:enabled=true nis:link/>
୨ ଅକ୍ଟୋବର ଗାନ୍ଧୀ_ଜୟନ୍ତୀ 
<nis:link nis:type=tag nis:id=padampurtv nis:value=PadampurTv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/>
କୋଣାର୍କ ଗଣନାଟ୍ୟର ଗୀତକାର ଓମ କୁମାର ଙ୍କୁ ଲୋକ ବହୁତ ପସନ୍ଦ କରୁଛନ୍ତି । ଷ୍ଟେଚରେ ଲୋକଙ୍କ ଭଲ ପାଇବା  ଦେଖି  ଓମ କୁମାର ଭାବ ବିହୁଳ ।
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralchallenge nis:value=viralchallenge nis:enabled=true nis:link/> 
<nis:link nis:type=tag nis:id=omkumar nis:value=omkumar nis:enabled=true nis:link/> 
<nis:link nis:type=tag nis:id=konarkjatraparty nis:value=konarkjatraparty nis:enabled=true nis:link/>
ବିଳମ୍ବ ହେଲେ ମଧ୍ୟ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଜୀ ଙ୍କୁ ସମ୍ମାନ।
ବୋଡ଼ା ସମ୍ବର ଅଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଦାବି ନେଇ ସପ୍ତାହଧରି ଆମରଣ ଅନଶନରେ ବସିଥିବା ପ୍ରକୃତ ଯୋଦ୍ଧା କୋଶଳ ସଂଗ୍ରାମୀ ଶ୍ରୀ ଡେଭିଡ ସିଂ ବରିହା, ଶ୍ରୀ ସରୋଜ ପ୍ରଧାନ ଓ ଶ୍ରୀ ବଦ୍ରିକା ସାହୁଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅନ୍ତରିକ ଧନ୍ୟବାଦ ଓ କୃତଜ୍ଞତା।
ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଅଧିକାର ପାଇଁ ଆପଣମାନଙ୍କ ତ୍ୟାଗ, ସଂଘର୍ଷ ଓ ଦୃଢ଼ ସଂକଳ୍ପ ନିଶ୍ଚିତ ଭାବେ ପ୍ରଶଂସନୀୟ।
ଆପଣମାନଙ୍କ ସଂଘର୍ଷକୁ ଅଞ୍ଚଳବାସୀଙ୍କ ସମର୍ଥନ ଓ ସଲାମ। 🙏
👉 ଏକ ଟଙ୍କିଆ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଆଉ ଏକ ମହତ କାମ

ଜାଆଁଳା ଝିଅଙ୍କ ଜନ୍ମଦିନରେ ନିଆରା ପଦକ୍ଷେପ; ୮ କ୍ୟାନ୍ସର ରୋଗୀଙ୍କୁ ୫୦ ହଜାର ଟଙ୍କା ସହାୟତା
ବୁର୍ଲା: ଜନ୍ମଦିନ ପାଳନ ପାଇଁ ରେଷ୍ଟୁରାଣ୍ଟରେ ଖର୍ଚ୍ଚ କରିବା ପରିବର୍ତ୍ତେ ଅସହାୟ ରୋଗୀଙ୍କ ସହାୟତାରେ ସେହି ଅର୍ଥ ଖର୍ଚ୍ଚ କରି ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ‘ଏକ ଟଙ୍କିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀ।
ଡାକ୍ତର ରାମଚନ୍ଦାନୀଙ୍କ ଜାଆଁଳା ଝିଅ ରିଦ୍ଧି ଓ ରୀୟାଂଶିଙ୍କ ଜନ୍ମଦିନ ଅବସରରେ ରେଷ୍ଟୁରାଣ୍ଟରେ ଆଡମ୍ବରପୂର୍ଣ୍ଣ ଭାବେ ଜନ୍ମଦିନ ପାଳନ ନକରି କ୍ୟାନ୍ସର ରୋଗୀଙ୍କ ଗହଣରେ ଏହି ଦିନଟି ପାଳନ କରାଯାଇଛି। ଜନ୍ମଦିନରେ ଖର୍ଚ୍ଚ ହେବାକୁ ଥିବା ଅର୍ଥରୁ ୮ ଜଣ କ୍ୟାନ୍ସର ରୋଗୀଙ୍କୁ ମୋଟ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଏହି ସହାୟତା ପାଇଥିବା ରୋଗୀଙ୍କ ମଧ୍ୟରେ ବୁର୍ଲା VIMSARରେ ଚିକିତ୍ସାଧୀନ ୬ ଜଣ କ୍ୟାନ୍ସର ରୋଗୀ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ଏବଂ ମହାରାଷ୍ଟ୍ରର ଗୋଣ୍ଡିଆ ଅଞ୍ଚଳର ଜଣେ ରୋଗୀ ରହିଛନ୍ତି।
ଡାକ୍ତର ରାମଚନ୍ଦାନୀଙ୍କ ପରିବାର ପକ୍ଷରୁ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରି ଅସହାୟଙ୍କ ସହାୟତା କରିବା ନୂଆ କଥା ନୁହେଁ। ପ୍ରତିବର୍ଷ ନିଜ ଜନ୍ମଦିନ, ପତ୍ନୀଙ୍କ ଜନ୍ମଦିନ କିମ୍ବା ଛୁଆମାନଙ୍କ ଜନ୍ମଦିନ ଅବସରରେ କେତେବେଳେ କ୍ୟାନ୍ସର ପୀଡ଼ିତଙ୍କୁ ଏବଂ କେତେବେଳେ HIV ସଂକ୍ରମିତ ବାପା-ମାଆଙ୍କୁ ହରାଇଥିବା ଅସହାୟ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।
ଜନ୍ମଦିନର ଖୁସିକୁ ନିଜ ଭିତରେ ସୀମିତ ନରଖି ଅସହାୟଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ଅନନ୍ୟ ମାନବିକ ପଦକ୍ଷେପ।
ଲିଖିତ ପ୍ରତିଶ୍ରୁତି ପରେ <nis:link nis:type=tag nis:id=ଭାଙ୍ଗିଲା nis:value=ଭାଙ୍ଗିଲା nis:enabled=true nis:link/> ୭ ଦିନର ଆମରଣ ଅନଶନ
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/> 
<nis:link nis:type=tag nis:id=highlightseveryone nis:value=highlightseveryone nis:enabled=true nis:link/>
ଲିଖିତ ପ୍ରତିଶ୍ରୁତି ପରେ <nis:link nis:type=tag nis:id=ଭାଙ୍ଗିଲା nis:value=ଭାଙ୍ଗିଲା nis:enabled=true nis:link/> ୭ ଦିନର ଆମରଣ ଅନଶନ
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=odisha nis:value=odisha nis:enabled=true nis:link/> 
<nis:link nis:type=tag nis:id=viralchallenge nis:value=viralchallenge nis:enabled=true nis:link/> 
<nis:link nis:type=tag nis:id=dmbargarh nis:value=dmbargarh nis:enabled=true nis:link/>
Video 11
👉 ଟେମରୀ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର
ମୁଖ୍ୟଅତିଥି ଭାବେ ଯୋଗଦେଲେ ବିଡିଓ ପ୍ରଫୁଲ୍ଲ କୁମାର ଅଦୁ

ପଦ୍ମପୁର/ପାଇକମାଳ, ୨୯/୦୯: ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକର ଟେମରୀ ଗ୍ରାମ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ମୂରଲୀକ୍ରିଷ୍ଣା ଫାଉଣ୍ଡେସନ, କ୍ରିଷ୍ଣା ବିକାଶ ହସ୍ପିଟାଲ ଓ ଟେମରୀ ଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ପାଇକମାଳ ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।
ଶିବିରରେ ସାଧାରଣ ରୋଗର ଚିକିତ୍ସା ସହ ଇସିଜି ପରୀକ୍ଷା ମାଗଣାରେ କରାଯାଇଥିଲା। ଏଥିସହ ଆବଶ୍ୟକ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିକାଶ ଫାଉଣ୍ଡେସନର ଡାକ୍ତର ଅଜିତ କୁମାର ବାରିକଙ୍କ ସମେତ ବରିଷ୍ଠ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସାସେବା ପ୍ରଦାନ କରିଥିଲେ।
ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ବହୁ ରୋଗୀ ଯୋଗଦେଇ ଚିକିତ୍ସାସେବା ଗ୍ରହଣ କରିବା ସହ ଆୟୋଜକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ସମାଜସେବୀ ଦେବାର୍ଚ୍ଚନ ସାହୁ, କିଶୋର ରଣା, ତୁକାରାମ ଠାକୁର, ଶିବାଶିଷ ପ୍ରଧାନ, ଆଶିଷ ବେହେରା, ବିଶି ରଣା, କୈଳାସ ପଟେଲ, ସମସ୍ତ ୱାର୍ଡ ମେମ୍ବର, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ ଓ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
👉 ବରପାଲିରେ ୩୫ କିଲୋରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ
ବରପାଲି: ବରପାଲି ପୁଲିସ ୩୫ କିଲୋ ୬୮୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ତୁଲଣ୍ଡି ଗ୍ରାମର ୪୨ ବର୍ଷୀୟ ପ୍ରଶାନ୍ତ ସାହୁଙ୍କୁ ଗିରଫ କରିଛି।
ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି। ଘଟଣାକୁ ନେଇ ବରପାଲି ଥାନାରେ ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
👉 ଏସୀୟ କ୍ରୀଡ଼ାରେ ବିତ୍ୟା ରାମରାଜଙ୍କ ଐତିହାସିକ କୀର୍ତ୍ତି
୪୦୦ ମିଟର ହର୍ଡଲ୍ସରେ ପି.ଟି. ଉଷାଙ୍କ ୪୨ ବର୍ଷର ରେକର୍ଡ ଭାଙ୍ଗିଲେ ବିତ୍ୟା ରାମରାଜ। ୫୪.୭୫ ସେକେଣ୍ଡରେ ଦୌଡ଼ ଶେଷ କରି ସେ ନୂଆ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ପି.ଟି. ଉଷାଙ୍କ ଟାଇମିଂ ୫୫.୪୨ ସେକେଣ୍ଡ ଥିଲା।
ଚଳିତ ଏସୀୟ କ୍ରୀଡ଼ାରେ ବିତ୍ୟା ହ୍ୟାଟ୍ରିକ୍ ପଦକ ଜିତି ଗୌରବ ଆଣିଛନ୍ତି। ୪x୪୦୦ ମିଟର ମହିଳା ରିଲେରେ ସ୍ୱର୍ଣ୍ଣ, ୪x୪୦୦ ମିଟର ମିକ୍ସଡ୍ ରିଲେରେ ରୌପ୍ୟ ଏବଂ ୪୦୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
👉 ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ସମ୍ବଲପୁରର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ୭ଟି ଠିକଣାରେ ଏକକାଳୀନ ଚଢ଼ାଉ।
ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚାଲିଛି ଯାଞ୍ଚ।
ଚଢ଼ାଉରେ ୮ ଜଣ DSP, ୧୧ ଇନ୍ସପେକ୍ଟର ଓ ୧୧ ଜଣ ASI ସାମିଲ ଅଛନ୍ତି।
ସମ୍ବଲପୁରର ୩-BHK ଫ୍ଲାଟ୍ ଓ ଅଫିସ୍ ଚାମ୍ବରରେ ମଧ୍ୟ ରେଡ୍ ହୋଇଛି।
ଭୁବନେଶ୍ୱର ନନ୍ଦନବିହାର, ଜଟଣୀ ବାରକୁଦା, ପୁରୀର ୩ ମହଲା କୋଠା ଓ ପୈତୃକ ଗାଁରେ ମଧ୍ୟ ଚାଲିଛି ଚଢ଼ାଉ।
ଦୁବାଇ ନୂଆଁଖାଇ ପରିବାର ର ନୂଆଁଖାଇ ଭେଟଘାଟ୍
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=highlight nis:value=highlight nis:enabled=true nis:link/>
<nis:link nis:type=tag nis:id=ଦୁବାଇ nis:value=ଦୁବାଇ nis:enabled=true nis:link/> ନୂଆଁଖାଇ ପରିବାରର ନୂଆଁଖାଇ ଭେଟଘାଟ୍

ଦୁବାଇ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଦୁବାଇ ନୂଆଁଖାଇ ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ୍ ଉତ୍ସାହ ଓ ଆନନ୍ଦର ସହ ଆୟୋଜିତ ହୋଇଯାଇଛି। ବିଦେଶ ମାଟିରେ ରହି ମଧ୍ୟ ନିଜ ମାଟିର ଭାଷା, ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ଏହି ଭେଟଘାଟ୍‌ର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନସ ରଞ୍ଜନ ଦାଶ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ସାହା ଓ ସତ୍ୟବ୍ରତ ପଟ୍ଟନାୟକ ଯୋଗଦେଇଥିଲେ। ବାଙ୍ଗାଲୋର ଜୁହାର ପରିବାରର ସମ୍ପାଦକ ଶୁଭନ ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିଦେଶରୁ ମଧ୍ୟ ବହୁ ଅତିଥିଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା।
ଏହି ଅବସରରେ ଅତିଥିମାନେ ନୂଆଁଖାଇର ମହତ୍ତ୍ୱ, ସମ୍ବଲପୁରୀ ଭାଷା ଓ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଦେଶରେ ବଢ଼ୁଥିବା ନୂଆ ପିଢ଼ିକୁ ନିଜ ମାଟିର ପରମ୍ପରା, ଲୋକକଳା ଓ ସଂସ୍କୃତି ସହ ଯୋଡ଼ି ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଆରମ୍ଭରେ ଅତିଥିମାନଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା। ପରେ ମା’ ସମଲେଇଙ୍କ ପୂଜାର୍ଚ୍ଚନା ସହ ନୂଆଁଖାଇ ପରମ୍ପରା ଅନୁଯାୟୀ ଭେଟଘାଟ୍ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ଉପସ୍ଥିତ ପ୍ରବାସୀ ସମ୍ବଲପୁରୀଆମାନେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ଶୁଭେଚ୍ଛା ବିନିମୟ କରିଥିଲେ।
ଭେଟଘାଟ୍ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଗାୟିକା ସ୍ୱାଗତିକା ତ୍ରିପାଠୀ ଓ ପ୍ରଥମ କୁମ୍ଭାର ସମ୍ବଲପୁରୀ ଲୋକଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ସେହିପରି ପଦ୍ମପୁର ୧ ଟଙ୍କିଆ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀମାନେ ‘ନୁନୀ ନୁ ବୁହାସେନ’ ପରିବେଷଣ କରିଥିଲେ। ପାରମ୍ପରିକ କଳା ଓ ସଙ୍ଗୀତ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଲୋକଜୀବନ ଓ ସଂସ୍କୃତିର ଝଲକ ଦୁବାଇ ମାଟିରେ ଦେଖିବାକୁ ମିଳିଥିଲା।
ଏହି ଆୟୋଜନକୁ ସଫଳ କରିବାରେ ଦୁବାଇ ନୂଆଁଖାଇ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ସକ୍ରିୟ ଭୂମିକା ରହିଥିଲା। ଭାଷା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ସାଂସ୍କୃତିକ ଆୟୋଜନ ଜାରି ରଖିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।
ଦୁବାଇରେ ରହି ମଧ୍ୟ ନିଜ ମାଟିର ପର୍ବପର୍ବାଣୀ, ଭାଷା ଓ ସଂସ୍କୃତିକୁ ଭୁଲି ନଯାଇ ନୂଆ ପିଢ଼ି ମଧ୍ୟରେ ଏହାକୁ ପହଞ୍ଚାଇବାରେ ଏହି ନୂଆଁଖାଇ ଭେଟଘାଟ୍ ଏକ ସୁନ୍ଦର ପ୍ରୟାସ ହୋଇଥିଲା। ନୂଆଁଖାଇର ଭାଇଚାରା, ଆତ୍ମୀୟତା ଓ ସାଂସ୍କୃତିକ ଚେତନାକୁ ଦୁବାଇ ମାଟିରେ ଜୀବନ୍ତ ରଖିବା ସହ ପ୍ରବାସୀ ସମ୍ବଲପୁରୀଆ ଓ ଓଡ଼ିଆମାନଙ୍କୁ ଏକତ୍ରିତ କରିବାରେ ଏହି ଭେଟଘାଟ୍ ସଫଳ ହୋଇଥିଲା।
କାହିଁକି ଛାଡ଼ିଲେ ନିଜ ଘର? ପାର୍ବତୀଗିରି ବୃଦ୍ଧାଶ୍ରମରୁ ରିତୁ ପ୍ରଧାନଙ୍କ ଭାବପୂର୍ଣ୍ଣ କାହାଣୀ 
<nis:link nis:type=tag nis:id=padampurtv nis:value=PadampurTv nis:enabled=true nis:link/>
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=highlights nis:value=highlights nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/>
👉 ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ବଡ଼ ସଫଳତା ।
<nis:link nis:type=tag nis:id=padampurtv nis:value=PadampurTv nis:enabled=true nis:link/> 
<nis:link nis:type=tag nis:id=odisha nis:value=Odisha nis:enabled=true nis:link/> 
<nis:link nis:type=tag nis:id=cmoodisha nis:value=CMOOdisha nis:enabled=true nis:link/> 
<nis:link nis:type=tag nis:id=pmoindia nis:value=PMOIndia nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/> 
<nis:link nis:type=tag nis:id=highlight nis:value=highlight nis:enabled=true nis:link/>
👉 ନିଖୋଜ ୧୫ ହଜାର ମହିଳା ଓ ୪ ହଜାରରୁ ଅଧିକ ଶିଶୁଙ୍କ ମିଳୁନି ପତ୍ତା
୨ ବର୍ଷରେ ୪୫,୭୯୬ ମହିଳା ନିଖୋଜ, ୩୦,୧୭୧ ଜଣ ଉଦ୍ଧାର
୨୦,୫୨୮ ଶିଶୁ ନିଖୋଜ, ୧୫,୯୭୬ ଜଣ ଉଦ୍ଧାର
ଏବେବି ୧୫,୬୨୫ ମହିଳା ଓ ୪,୫୫୨ ଶିଶୁଙ୍କ ମିଳୁନି ପତ୍ତା
ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜିବା ନେଇ ବଢ଼ିଲା ଚିନ୍ତା
<nis:link nis:type=tag nis:id=ଗଭୀର_ଶ୍ରଦ୍ଧାଞ୍ଜଳି nis:value=ଗଭୀର_ଶ୍ରଦ୍ଧାଞ୍ଜଳି nis:enabled=true nis:link/>
ବରିକେଳ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀ ସୁରେଶ ଚନ୍ଦ୍ର ଦାଶଙ୍କର ୭୧ ବର୍ଷ ବୟସରେ ୨୮/୦୯/୨୦୨୬ ତାରିଖରେ ତିରୋଧାନ ଘଟିଛି।
ତାଙ୍କ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ସରଳ ଓ ଅମାୟିକ ବ୍ୟବହାର, ସ୍ନେହ ଏବଂ ସ୍ମୃତି ସମସ୍ତଙ୍କ ହୃଦୟରେ ସଦା ଅମର ହୋଇ ରହିବ।
ସ୍ୱର୍ଗତ ଶ୍ରୀ ଦାଶଙ୍କ ପୁତ୍ର ଦେବେନ୍ଦ୍ର କୁମାର ଦାଶ (ବୁଲୁ) ଓ ଝିଅ ନିଳେନ୍ଦ୍ରୀ ଦାଶ (ଝୁମକି )ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଆମର ଗଭୀର ସମବେଦନା।
ପରମେଶ୍ୱର ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।
ସୋସିଆଲ୍ ମିଡିଆରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ଆକାଉଣ୍ଟ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ବୟସ୍କଙ୍କ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଇନଗତ ବ୍ୟବସ୍ଥା ଆଣିବା ବିଷୟରେ ବିଚାର କରିବାକୁ କହିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକ ଭାରତୀୟ ଆଇନ ଅନୁସାରେ ନିଜ ସିଷ୍ଟମ୍‌କୁ ସଜାଇବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।
କୋର୍ଟଙ୍କ ଆଲୋଚନାରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ଆକାଉଣ୍ଟ ଖୋଲିବା ଉପରେ ନ୍ୟୁନତମ ବୟସ ସୀମା ଏବଂ ଅଭିଭାବକଙ୍କ ସମ୍ମତି/ତତ୍ତ୍ୱାବଧାନର ବିଷୟ ଉଠିଛି। କେନ୍ଦ୍ର ସରକାର ଏହାକୁ ନେଇ ଉଚିତ ନିୟମ ଆଣିବା ବିଷୟରେ ବିଚାର କରିବ ବୋଲି କହିଛିନ୍ତି ।
👉 ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ
👉 ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ
👉 ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି
👉 ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିବେଶନ ମୁଲତବି ପାଇଁ ପ୍ରସ୍ତାବ ଆଣିଥିଲେ ମୁଖ୍ୟ ସଚେତକ
👉 ୯ଟି କାର୍ଯ୍ୟଦିବସ ମଧ୍ୟରୁ ମାତ୍ର ୫ ଦିନ ଚାଲିଲା ଅଧିବେଶନ
👉 ୫ଟି କାର୍ଯ୍ୟଦିବସରେ ମାତ୍ର ୪ଟି ବିଲ୍‌ ପାରିତ
👉 ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି
👉 ଅକ୍ଟୋବର ୧ରେ ବୈଠକ ନେବେ ଗୃହ ମନ୍ତ୍ରୀ ଅମିତ ଶାହ
👉 ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେବେ
👉 ଏନେଇ ସୂଚନା ଦେଲେ AG ପୀତାମ୍ବର ଆଚାର୍ଯ୍ୟ
👉 CWC ମଧ୍ୟସ୍ଥତାରେ ଜଳ ବଣ୍ଟନର ସୂତ୍ର ଖୋଜା ଚାଲିଛି