
#ବସ୍ତା_ବ୍ଲକ_ବିଜୁ_ମହିଳା_ଜନତା_ଦଳର_ସଭାପତି_ହେଲେ_ବିଷ୍ଣୁପ୍ରିୟା_ବୁଗୁଡ଼ି !!
ବିଜୁ ଜନତା ଦଳର ସଭାପତି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଲେଶ୍ୱର ଜିଲ୍ଲାର ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକ ବିଜୁ ମହିଳା ଜନତା ଦଳର ସଭାପତି ଭାବେ ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କ ନାମ ଘୋଷଣା କରାଯାଇଛି।
ବର୍ତ୍ତମାନ ସେ ୧୪ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ଭାବେ ଦାୟିତ୍ୱ ତୁଲାଉଛନ୍ତି। ଦୀର୍ଘଦିନ ଧରି ଦଳ ପ୍ରତି ନିଜର ନିଷ୍ଠା, ଆନୁଗତ୍ୟ ଓ ଶୃଙ୍ଖଳାବଦ୍ଧ କାର୍ଯ୍ୟଶୈଳୀ ମାଧ୍ୟମରେ ସେ ଜଣେ ଦକ୍ଷ ଓ ସମର୍ପିତ କର୍ମୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ସେ ସରପଞ୍ଚ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ନିଜର ନେତୃତ୍ୱ ଦକ୍ଷତାର ପରିଚୟ ଦେଇଛନ୍ତି।ତାଙ୍କୁ ଏହି ନୂତନ ଗୁରୁଦାୟିତ୍ୱ ମିଳିବା ପରେ ବସ୍ତା ବ୍ଲକର ବିଜୁ ମହିଳା ଜନତା ଦଳର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି। ତାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବା ସହ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ଦଳ ସହ ଯୋଡ଼ିବାରେ ସଫଳ ହେବ ବୋଲି ଆଶା ପ୍ରକାଶ ପାଇଛି।
ନୂତନ ଦାୟିତ୍ୱ ପାଇଁ ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#mahimatv #BASTA #bjd
Anupam Mohanty Rajkishore Behera Naveen Patnaik Biju Janata Dal Odisha Jyoti Prakash Panigrahi Mahadev Das Manoranjan Biswal