#ବସ୍ତାରେ_ବିଜୁ_ଜନତା_ଦଳର_ସାଂଗଠନିକ_ବୈଠକ
ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଧହଂସା ପଞ୍ଚାୟତର ବିନୋଦ ରାଉଳଙ୍କ ବାସଭବନରେ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବସ୍ତା ନିର୍ବାଚନମଣ୍ଡଳୀର ସଂଯୋଜକ ମହାଦେବ ଦାସଙ୍କ ନେତୃତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା, ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ସହ ଆଗାମୀ ଦିନରେ ଦଳକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ୱୟ ଓ ଏକତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Biju Janata Dal Odisha Naveen Patnaik Jyoti Prakash Panigrahi Rajkishore Behera Anupam Mohanty Ipshitaa Sahoo
Basta, Balasore | Nov 7, 2026