
🚨 ୧୨୦୦ ଏକର ଜମି ନେଲେ, ହେଲେ ଜମିହରାଙ୍କ ଭବିଷ୍ୟତ କୁଆଡ଼େ? INOX ସୋଲାର ଓ ଜିଲ୍ଲା ପ୍ରଶାସନ ଜବାବ ଦିଅ!
ନେଉଳପୋଇ ଓ ଛାଟିଆ ଗ୍ରାମବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ଆଉ କେତେଦିନ ଅଣଦେଖା କରାଯିବ?
୨୦୦୯ ମସିହାରେ SESC କମ୍ପାନୀ ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ପ୍ରାୟ ୧୨୦୦ ଏକର ଜମି ଅଧିଗ୍ରହଣ କରିଥିଲା। ପରେ ପ୍ରକଳ୍ପରୁ ଓହରିଗଲା। ଏବେ ସେହି ଅଞ୍ଚଳରେ INOX ସୋଲାର କମ୍ପାନୀର କାର୍ଯ୍ୟକଳାପ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଓ ଅଧିକାରକୁ ନେଇ ଉଠୁଛି ଅନେକ ପ୍ରଶ୍ନ।
❓ ଜନସାଧାରଣଙ୍କ ପ୍ରଶ୍ନ:
🔴 ଜମିହରା ପରିବାରର ଯୋଗ୍ୟ ସଦସ୍ୟଙ୍କୁ ନିଯୁକ୍ତିରେ ପ୍ରାଥମିକତା କେବେ ମିଳିବ?
🔴 INOX ସୋଲାର କମ୍ପାନୀର CSR ପାଣ୍ଠି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କେବେ ବ୍ୟୟ ହେବ?
🔴 ଛାଟିଆ ଗ୍ରାମର ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମିକୁ କେଉଁ ଆଇନଗତ ଆଧାରରେ କମ୍ପାନୀ ଅଧୀନକୁ ନିଆଯାଇଛି?
🔴 ଜମି ଅଧିଗ୍ରହଣ, ମାଲିକାନା ଓ ବ୍ୟବହାର ସମ୍ପର୍କିତ ତଥ୍ୟ ସାର୍ବଜନୀନ କାହିଁକି ହେଉନାହିଁ?
🔴 ଏତେ ଗୁରୁତର ପ୍ରଶ୍ନ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ନୀରବ କାହିଁକି?
📢 ଆମର ଦାବି:
✅ ଜମି ଅଧିଗ୍ରହଣ ଓ ମାଲିକାନାର ସମସ୍ତ ତଥ୍ୟ ସାର୍ବଜନୀନ ହେଉ।
✅ ଜମିହରା ପରିବାରଙ୍କୁ ନିଯୁକ୍ତିରେ ପ୍ରାଥମିକତା ମିଳୁ।
✅ CSR ପାଣ୍ଠିର ଆୟବ୍ୟୟ ଉପରେ ଶ୍ୱେତପତ୍ର ପ୍ରକାଶ ପାଉ।
✅ ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ହେଉ।
✅ ସମଗ୍ର ଘଟଣାର ନିରପେକ୍ଷ ପ୍ରଶାସନିକ ତଦନ୍ତ ହେଉ।
ଆମେ ଶିଳ୍ପର ବିରୋଧୀ ନୁହେଁ, କିନ୍ତୁ ସ୍ଥାନୀୟ ଲୋକଙ୍କ ଅଧିକାରର ବଳି ଦେଇ ଶିଳ୍ପର ବିକାଶ ଗ୍ରହଣୀୟ ନୁହେଁ।
ଜମି ଆମର, ଅଧିକାର ଆମର। ଆମ ଅଞ୍ଚଳର ବିକାଶରେ ଆମର ଭାଗୀଦାରି ନିଶ୍ଚିତ ହେବା ଦରକାର।
INOX ସୋଲାର କମ୍ପାନୀ ଜବାବ ଦିଅ। ଜିଲ୍ଲା ପ୍ରଶାସନ ଜବାବ ଦିଅ।
✊ ସ୍ଥାନୀୟ ଲୋକଙ୍କ ନ୍ୟାୟସଙ୍ଗତ ଅଧିକାର ପାଇଁ ଲଢ଼େଇ ଜାରି ରହିବ।
#newsodiaodisha #public
#JusticeForLandLosers #LocalEmployment #CSRResponsibility SaveChhatiaVillage DhenkanalDevelopment Kapilash Dhenkanal OdishaNews