ମାଲକାନଗିରି ଜିଲ୍ଲାପାଳଙ୍କ ମାଟାପାକା ପଞ୍ଚାୟତ ଗସ୍ତ: ପ୍ରଗତି ସମୀକ୍ଷା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ I ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ଜନସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମାଟାପାକା ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ପ୍ରଥମେ ମାଟାପାକା ସ୍ଥିତ ପ୍ରଗତି ପଥେ ଯୁବା ମାଲକାନଗିରି କେନ୍ଦ୍ର ପରିଦର୍ଶନ କରିଥିଲେ, ଯାହା ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାସହ ନିର୍ମାଣଧୀନ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଅଗ୍ରଗତି ବୁଲି ଦେଖିବା ସହ ଲୋକଙ୍କୁ ଉତ୍ତମ ସରକାରୀ ସେବା ଯୋଗାଇଦେବା ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।