ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମହାପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ ପରେ ଲିଙ୍ଗରାଜ ମନ୍ଦିର ରେ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭପତି ମନମୋହନ ସାମଲ
ରାଜ୍ୟରେ ଖୁବ୍ ଶୀଘ୍ର ମନ୍ତ୍ରୀ ମଣ୍ଡଳରେ ହେବ ସମ୍ପ୍ରସାରଣ । ଏ ନେଇ ସ୍ପଷ୍ଟ କଲେ ରାଜ୍ୟ ସଭାପତି ମନମୋହନ ସାମଲ। କେନ୍ଦ୍ର ସହ ଆଲୋଚନା ସରିଛି, ଅନେକ ନିଷ୍ପତ୍ତି ଗ୍ରହଣ କରାଯାଉଛି ମନ୍ତ୍ରୀ ମଣ୍ତଳ ଖୁବ୍ ଶୀଘ୍ର ସଂପ୍ରସାରଣ ହେବ ବୋଲି ନିଶ୍ଚିତ କଲେ ରାଜ୍ୟ ସଭାପତି ମନ ମୋହନ ସାମଲ।ଖୁବ୍ ଶୀଘ୍ର ହେବ ରାଜ୍ୟରେ ବୋର୍ଡ଼ ଓ ନିଗମ ନିଯୁକ୍ତି। ଏ ନେଇ ପୁର୍ବରୁ ଦୁଇ ଥର ବୈଠକ ସରିଛି, ତାଲିକା ବି ପ୍ରସ୍ତୁତ ହୋଇଛି। ଆଇ କିଛି ଚର୍ଚ୍ଚା ଆଲୋଚନା ପରେ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନ ମୋହନ ସାମଲ।