ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ବରମୁଣ୍ଡା ପଡିଆ ସମୀକ୍ଷା କଲେ କଂଗ୍ରେସ ନେତା
ମହିଳାଙ୍କୁ ନ୍ୟାୟ, ଚାଷୀନ୍ୟାୟ, ସମ୍ବିଧାନ ବଂଚାଅ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଆସନ୍ତା ଜୁଲାଇ ୧୧ ତାରିଖ ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ସମ୍ବିଧାନ ବଂଚାଅ ସମାବେଶ ଅନୁଷ୍ଠିତ ହେବ ଏଥିରେ ଯୋଗ ଦେବେ ରାହୁଲ ଗାନ୍ଧୀ| ଏନେଇ ଆଜି ବରମୁଣ୍ଡା ପଡିଆ ବୁଲି ଦେଖିଛନ୍ତି କଂଗ୍ରେସ ନେତା | ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ସମୀକ୍ଷା କରିଛନ୍ତି |