ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଦୁର୍ଘଟଣା ରେ ପ୍ରାଣ ହରାଇଥିବା କନଷ୍ଟେବଳ ଲୋକନାଥ ଶବରଙ୍କ ପତ୍ନୀ ଦେବୀ ଶବରଙ୍କୁ ପୋଲିସସେବା ଭଵନରେ ସହାୟତା ରାଶି ପ୍ରଦାନ କଲେ ପୋଲିସ କମିସନର
ଦୁର୍ଘଟଣା ରେ ପ୍ରାଣ ହରାଇଥିବା କନଷ୍ଟେବଳ ଲୋକନାଥ ଶବରଙ୍କ ପତ୍ନୀ ଦେବୀ ଶବର ଓ ତାଙ୍କ ପରିବାର ଲୋକଙ୍କୁ ପୋଲିସ ସେବା ଭଵନରେ ସହାୟତା ରାଶି ପ୍ରଦାନ କଲେ ପୋଲିସ କମିସନର |ଗତ ୨୨ ତାରିଖ ଦିନ କଟକ ସି.ଆର.ଆର.ଆଇ. ଥାନା ଅଧୀନସ୍ଥ ଗତିରାଉତପାଟଣା ନିକଟରେ ଏକ ଦ୍ରୁତଗାମୀ ବାଲି ବୋଝେଇ ଟ୍ରକ ସହ ପୋଲିସ ପିସିଆର ଭ୍ୟାନ ଧକ୍କାରେ ମୃତ୍ୟୁବରଣ କରିଥିବା କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର ଓ.ଏ.ପି.ଏଫ. କନଷ୍ଟେବଳ ଶ୍ରୀ ଲୋକନାଥ ଶବରଙ୍କ ପତ୍ନୀ ଦେବୀ ଶବର ଓ ତାଙ୍କ ପରିବାରବର୍ଗଙ୍କୁ ଆଜି 4.53ରେ ଅନୁଦାନ ପ୍ରଦାନ କଲେ ପୋଲିସ କମିସନର