ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ରେଳ ଷ୍ଟେସନ ରେ ଭାରତ ବନ୍ଦ ର ପ୍ରଭାବ,ଶ୍ରମିକ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଆନ୍ଦୋଳନ
ଭୁବନେଶ୍ୱର ରେଳ ଷ୍ଟେସନ ରେ ଭାରତ ବନ୍ଦ ର ପ୍ରଭାବ,ଶ୍ରମିକ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଆନ୍ଦୋଳନ | ରାଜଧାନୀ ଭୁବନେଶ୍ୱରରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ପ୍ରଭାବ ପଡିଛି । ବିଭିନ୍ନ ଛକରେ ରାସ୍ତାରୋକ କରିବା ସହ ଗାଡି ଚଳାଚଳକୁ ବନ୍ଦ କରିଛନ୍ତି ସଙ୍ଗଠନର ସଦସ୍ୟ । ଆଜି 9.32ରେ ରେଳ ଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ୍ ଛକ, ବାଣୀ ବିହାର ଓ ରାଜପଥରେ ଶ୍ରମିକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜୟଦେବ ବିହାର ଓଭରବ୍ରିଜ ଜାତୀୟ ରାଜପଥ ଅବରୋଧ କରାଯାଇଛି । ସେହିପରି ଡୁମୁଡୁମା ଛକରେ ରାସ୍ତା ଅବରୋଧ କରିବା ଦ୍ୱାରା ଗାଡିମଟର ଅଟକି ରହିଛି ।