#ଇଣ୍ଡିଆ_ମେଣ୍ଟ_ତରଫରୁ_ଏମ୍_ଏମ୍_ଡି_ଆର_ଆଇନକୁ_ବିରୋଧ_କରି_ଶୋଭାଯାତ୍ରା_ଓ_ପ୍ରତିରୋଧ_ସଭା
ସଂସଦର ଗତ ମୌସୁମୀ ଅଧିବେଶନରେ ବିନା ଆଲୋଚନାରେ କେନ୍ଦ୍ର ସରକାର ଏମ୍.ଏମ୍.ଡି.ଆର ଆଇନ-୨୦୨୬କୁ ଅଗଣତାନ୍ତ୍ରିକ ଭାବରେ ପାସ୍ କରାଇନେଲେ । ଏହା ଆମ ରାଜ୍ୟ ସମେତ ଅନ୍ୟାନ୍ୟ ଖଣିଜ ସମ୍ପଦ ଥିବା ରାଜ୍ୟକୁ ଦୁର୍ବଳ କରିବ । ଏହାକୁ ପ୍ରତ୍ୟାହାର କରିବା ପାଇଁ ଇଣ୍ଡିଆ ମେଣ୍ଟର ସମସ୍ତ ରାଜନୈତିକ ଦଳ ରାଜ ରାସ୍ତାକୁ ବାହାରିଛନ୍ତି । ଏହି କ୍ରମରେ ଯାଜପୁର ସଦର ମହକୁମାରେ ଜାତୀୟ କଂଗ୍ରେସ, ସି.ପି.ଆଇ. ସି.ପି.ଆଇ (ଏମ୍) ପକ୍ଷରୁ ଖଣି ଉପଖଣ୍ଡ କାର୍ଯ୍ୟାଳୟ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ କୂଶପୁତ୍ତଳିକା ଦାହକରିଥିଲେ। ସେଠାରେ ଜାତୀୟ କଂଗ୍ରେସ ଜିଲ୍ଲା ସଭାପତି ମାଗୁଣି ଯେନା, ସି.ପି.ଆଇର ମଳୟ କୁମାର ପଣ୍ଡା, ସି.ପି.ଆଇ (ଏମ୍)ର ସମ୍ପାଦକ ନିର୍ମଳ ରଥଙ୍କ ସଭାପତି ମଣ୍ଡଳୀ ଦ୍ୱାରା ସଭାପରିଚାଳନା ହୋଇଥିଲା । ଉକ୍ତ ସଭାରେ ଓଡ଼ିଶା ବର୍ଷକୁ ୧୨ ହଜାର କୋଟି ରାଜସ୍ୱ ହରାଇବ ଓ ବାକି ପଡ଼ିଥିବା ଦେଢ଼ ଲକ୍ଷ କୋଟି ଟଙ୍କା ହରାଇବ । ଏହା ବିଜେପି ଦଳର ନେତା ମନ୍ତ୍ରୀ ମାନଙ୍କ ପକେଟ୍କୁ ଯିବ । ଯଦି ଏହି କଳା ଆଇନ ପ୍ରତ୍ୟାହାର ନହୁଏ ଇଣ୍ଡିଆ ବ୍ଲକ ର ସମସ୍ତ ରାଜନୈତିକ ଦଳ, ଆଗାମୀ ଦିନରେ ଲଢ଼େଇ କୁ ତିବ୍ରତର କରିବେ ବୋଲି ଚେତାବନୀ ଦେଇଥିଲେ।
#MMDRAct #Odisha #lntvnetwork #JajpurNews #jajpurkhabar #Aeiodisha
Bhubaneswar M Corp, Khordha | Aug 25, 2026