#ବୈତରଣୀ_ଓ_ଖରସ୍ରୋତାରେ_ବନ୍ୟା_ଆସିବା_ଫଳରେ_ବେହାଲ_ଦଶରଥପୁର_ବ୍ଲକବାସୀ
ବୈତରଣୀ ଓ ଖରସ୍ରୋତାରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଅବସ୍ଥା ସ୍ୱବାଭିକ ହୋଇନାହିଁ। ଉଭୟ ନଦୀରେ ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଳକର ୧୯ ଗ୍ରାମପାୟତର ୬୨ଟି ଗାଁ ପ୍ରଭାବିତ ହୋଇଛି। ଏବେବି ଦଶରଥପୁର ବ୍ଲକର ର ଆନେକ ଗାଁ ରେ ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ବ୍ୟାପକ ଚାଷଜମି ମଧ୍ୟ ଜଳମଗ୍ନ ହୋଇରହିଛି। ଫଳରେ ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ସହ ତଳିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର ଥିବା ବେଳେ ଅନେକ ଗୁଡିଏ ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ। ବନ୍ୟାରେ ବହୁ ବିପନ୍ନ ସେମାନଙ୍କ ବାସ ହରାଇ କିଏ ପଡ଼ୋଶୀ ଘରେ ତ ଆଶ୍ରୟସ୍ଥଳୀରେ ଜୀବନ ବିତାଉଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ହେଉଥିବା ଅଭିଯୋଗ କରିଛନ୍ତି ବିପନ୍ନ। ଅନ୍ୟପଟେ ଯାଜପୁର ଜିଲ୍ଲାରେ ବନ୍ୟା ଓ ଲଗାଣ ବର୍ଷା ପ୍ରଭାବରେ ପୁଣି ପ୍ରଭାବିତ ଅଞ୍ଚଳରେ ଆଜି ପାଇଁ ବିଦ୍ୟାଳୟ ଛୁଟି ଘୋଷଣା ହୋଇଛି। ଜିଲ୍ଲାର ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକ ସମେତ ୮ଟି ବ୍ଲକର ମୋଟ ୧୬୨ଟି ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଛି ଏହି ବିଜ୍ଞ୍ୟପ୍ତି।
#floodrelief #JajpurFlood #lntvnetwork #JajpurNews #jajpurkhabar