#ଚୋରା_ମଦକୁ_ବିରୋଧ
ପୋଲିସର ନିଷ୍କ୍ରିୟତା ର ପ୍ରତିବାଦରେ ଅଂଟା ଭିଡ଼ିଲେ ମହିଳା। ବେଆଇନ ମଦ ଦୋକାନ ସମ୍ମୁଖରେ କଲେ ହଟ୍ଟଗୋଳ।ଯାଜପୁର ବ୍ଲକ ବିଚିତ୍ରପୁର ପଂଚାୟତରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦୋକାନ ଗୃହ ଓ ଜେନାସାହିରେ ଥିବା ଜନୈକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ହେବ ବେଆଇନ ମଦ ବିକ୍ରି ହୋଇ ଆସୁଛି। ଗାଁରେ ମଦ ପିଇ ଲୋକ ମାନେ ଏକ ଅଶାନ୍ତିର ପରିବେଶ ସୃଷ୍ଟି କରିବା ସହ ଘରେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିଲେ। ଯାହାକୁ ନେଇ ବହୁବାର ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମର ମହିଳା ମହାସଂଘର ମହିଳା ମାନେ ଏକତ୍ରିତ ହୋଇ ବେଆଇନ ମଦ ବିକ୍ରି ହେଉଥିବା ସ୍ଥାନରେ ହୋହଲା କରିବା ସହ ସମ୍ପୃକ୍ତ ଦୋକାନୀ ମାନଙ୍କୁ ମଦ ବିକ୍ରି ନ କରିବାକୁ ଚେତାବନୀ ଦେଇଥିଲେ।
#lntvnetwork #JajpurNews #jajpurkhabar #Aeiodisha
Bhubaneswar M Corp, Khordha | Sep 20, 2026