#ବାଇକ୍ରେ_ଆସି_ଲୁଟିନେଲେ_ସୁନା, ଭୁଜାଲିରେ କଲେ ଆଟାକ୍
ବରଗଡ ଜିଲ୍ଲା ବିଜେପୁର-ପଦ୍ମପୁର ରାସ୍ତାର ପହଣ୍ଡି ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଲୁଟ୍ ଓ ଆକ୍ରମଣ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତିନିଜଣ ଦୁର୍ବୃତ୍ତ ବାଇକ୍ରେ ଆସି ରାସ୍ତା ପଚାରିବା ବାହାନାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍ କରିବା ସହ ଭୁଜାଲି ଦେଖାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ପଦ୍ମପୁର ଯିବା ରାସ୍ତା ପଚାରିବା ପରେ ଜଣେ ମହିଳାଙ୍କ ଶାଢ଼ୀ ଟାଣିଥିଲେ। ପରେ ଭୁଜାଲି ଦେଖାଇ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ