ବାଉଁଶୁଣି ଥାନା ପୋଲିସ୍ ପକ୍ଷରୁ ଗୋଛପଡ଼ାଠାରେ ସଚେତନତା କାର୍ଯ୍ୟକ୍ରମ ଓ 'ଆମ ପୋଲିସ୍ ସମିତି' ବୈଠକ ଅନୁଷ୍ଠିତ
ବାଉଁଶୁଣି ଥାନା ପୋଲିସ୍ ପକ୍ଷରୁ ଗୋଛପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ନଶାମୁକ୍ତ ଭାରତ’, ‘ସାଇବର୍ ସଚେତନତା’ ଏବଂ ‘ଗଞ୍ଜେଇ ଚାଷ ନିଷେଧ’ ନେଇ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ସହ ‘ଆମ ପୋଲିସ୍ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଉଁଶୁଣି ଥାନା ଅଧିକାରୀ ଶ୍ରୀ ମହେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଶାମୁକ୍ତ ସମାଜ ଗଠନ, ସାଇବର ଠକେଇରୁ ବର୍ତ୍ତିବାର ଉପାୟ ଏବଂ ବେଆଇନ ଗଞ୍ଜେଇ ଚାଷର କୁପ୍ରଭାବ ବିଷୟରେ ଉପସ୍ଥିତ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ।
ସମାଜକୁ ଅପରାଧମୁକ୍ତ ଓ ସୁସ୍ଥ ରଖିବା ପାଇଁ ପୋଲିସ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଏହି ବୈଠକରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ସଭ୍ୟ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।
#Baudh #Baunsuni #OdishaPolice #NashaMuktBharat #CyberAwareness #AmaPolice #OdishaNews #PoliceAwareness #BaudhPolice