ମୋଟୁ: ଏମପିଭି ୮୨ ଗ୍ରାମ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ଭବନ ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ
ଏମପିଭି ୮୨ ଗ୍ରାମ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ଭବନ ଉଚ୍ଚ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ବ୍ଯାଘ୍ର ଦିବସ ପାଳନ ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ, ଟି ସାର୍ଟ ଓ ଟ୍ରଫି ପ୍ରଦାନ କରାଗଲା।ମୋଟୁ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସ୍ବାଇଁ, ବନପାଳ ସମୀର କୁମାର ଜେନା,ଦୀପଙ୍କର ଶିଉଳୀ,ବନରକ୍ଷୀ ତପନ ସାହହା,ପାର୍ଥ ସାରଥି ରାଉତ,ଅନନ୍ତ ପାଲୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମା ଚରଣ ପଟ୍ଟନାୟକ ସ୍କୁଲ ସଭାପତି ପରିମଲ ମଣ୍ଡଳ ତଥା ବହୁ ମାନ୍ଯବ୍ଯକ୍ତି ଉପସ୍ଥିତ ଥିଲେ।ଉକ୍ତ ସଭାକୁ ଗୋଦାବରୀଶ ଦାସ ପରିଚାଳନା କରିଥିଲେ।