ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆସିବ ନୂଆ କୃଷି ନୀତି ଏନେଇ ହୋଟେଲ ମେ ଫେୟାରରେ ସୂଚନା ଦେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ
ଆସିବ ନୂଆ କୃଷି ନୀତି । ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ । ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର । ଏଥିପାଇଁ କାର୍ଗୋ ଫ୍ଲାଇଟ୍ର ବ୍ୟବହାର ହେବା ଦରକାର । ଯେଉଁଥିପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ କୃଷି ନୀତି ।"ଆଡଭାସିଂ ଇନକ୍ଲୁସିଭ ଏଗ୍ରିକଲଚରାଲ ଟ୍ରାନ୍ସଫରମେସନ ଇନ୍ ଓଡ଼ିଶା" ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଦେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ |