ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା, ନୟାପଲି ବାସ ଭଵନରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀ ରାଜ ହରିଚନ୍ଦନ
ଶ୍ରୀ ମନ୍ଦିରରେ ଆଉ ହେବନି ଠେଲା ପେଲା | ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା। ଯାନୁଆରୀ ପହିଲାରୁ ଲାଗୁ ହେବ ନାଟମଣ୍ଡପରେ ବ୍ୟାରିକେଡ୍ ଓ ରାଂପ୍ ସିଷ୍ଟମସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଭଗବାନଙ୍କ ଦର୍ଶନ ପାଇଁ ଆଉ ଠେଲାପେଲା ହେବାକୁ ପଡ଼ିବ ନାହିଁ, ଦିବ୍ୟାଙ୍ଗ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ପୁରୁଷ ଭକ୍ତଙ୍କ ପାଇଁ ରହିବ ଅଲଗାଅଲଗା ଲାଇନ୍ ତେବେ କେମିତି ଓ କେଉଁଠୁ ଆରମ୍ଭ ହେବ ବ୍ୟାରିକେଡ୍? ଏନେଇ ଅଧିକ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।